ରାଜ୍ୟରେ ଗତ ୨୪ ଘଣ୍ଟା ୪୮୮ କରୋନା ପଜିଟିଭ୍ ଚିହ୍ନଟ, ୪ମୃତ

ଭୁବନେଶ୍ୱର (କେନ୍ୟୁଜ): ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୪୮୮ ନୂଆ ପଜିଟିଭ୍ । ସେଥିମଧ୍ୟରୁ ୨୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୦୩ ଜଣ ସ୍ଥାନୀୟ ସଂକ୍ରମିତ ଥିବା ସୂଚନା ରହିଛି । ଏଥିସହିତ ଏହି ସଂକ୍ରମିତଙ୍କ ଭିତରେ ୭୭ ଜଣଙ୍କ ବୟସ ୧୮ ବର୍ଷରୁ କମ୍ ବୋଲି ମଧ୍ୟ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଭିତରୁ ଖୋର୍ଦ୍ଧାରୁ ୨୫୦ ଜଣ ସଂକ୍ରମିତ ହୋଇଥିବାବେଳେ ବାଲେଶ୍ୱରରୁ ୫, କଟକରୁ ୫୪, ଗଞ୍ଜାମରୁ ୮, ଯାଜପୁରରୁ ୯, କେନ୍ଦ୍ରାପଡାରୁ ୮, ମୟୂରଭଞ୍ଜରୁ ୧୯, ପୁରୀରୁ ୧୫, ସମ୍ବଲପୁରରୁ ୧୩, ସୁନ୍ଦରଗଡରୁ ୧୩ ଏବଂ ଷ୍ଟେଟ୍ ପୁଲରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୪୧,୪୫୭କୁ ବୃଦ୍ଧି ପାଇଥିବାବେଳେ ତା ଭିତରୁ ୧୦,୨୮,୬୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ତେବେ ରାଜ୍ୟରେ ଏବେ ବି ୪୩୭୪ ଜଣ ଆକ୍ରାନ୍ତ ସକ୍ରିୟ ଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.