ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ଘରେ କେତେ ପରିମାଣରେ କାର୍ବନ ଡାଇଅକ୍ସାଇଡ ଅଛି, ତେବେ ବ୍ୟବହାର କରନ୍ତୁ ଏହି ଡିଭାଇସ

ଦିଲ୍ଲୀ- ମୁମ୍ବାଇ ପରି ମେଟ୍ରୋ ସହର ମାନଙ୍କରେ ବଢି ଚାଲିଥିବା ବାୟୁ ପ୍ରଦୂଷଣକୁ ନେଇ ଆମେ ଆମେ ବେଳହୁଁ ସଚେତନ ହୋଇଯିବା ଜରୁରୀ । ନଚେତ ଆଗକୁ ଆହୁରି ଅଧିକ ଭୟଙ୍କର ସ୍ଥିତି ଦେଖାଦେଇପାରେ । ହୁଏତ ଆଗକୁ ପରିସ୍ଥିତି ଏତେ ଗମ୍ଭୀର ରୂପ ନେବଯେ ଜୀବଜଗତ ତିଷ୍ଠିବା ବି ସମ୍ଭବପର ହେବ ନାହିଁ । ବାୟୁ ପ୍ରଦୂଷଣରୁ ଧୀରେ ଧୀରେ ଏମିତି ରୋଗ ସୃଷ୍ଟି ହେବଯେ ପରିସ୍ଥିତି ନିୟନ୍ତ୍ରଣ କରିବା ଆଉ ଆମ ନିୟନ୍ତ୍ରଣରେ ନଥିବ । ଯଦି ଆପଣଙ୍କୁ କେବେ ପଚରାଯାଏଯେ ଆପଣ ରହୁଥିବା ବିଲଡିଂଗରେ ଅଙ୍ଗାରକାମ୍ଳ ଗ୍ୟାସ କେତେ ପରିମାଣରେ ଅଛି ତେବେ ହୁଏତ ଆପଣ ଠିକରେ କହିପାରିବେ ନାହିଁ । ନଚେତ ତତକ୍ଷଣାତ ଉତ୍ତର ଜାଣିବା ପାଇଁ ଗୁଗୁଲ ସର୍ଚ୍ଚ କରିବା ଆରମ୍ଭ କରିଦେବେ । ଆପଣ ଖୁବ କଷ୍ଟରେ ନିଜ ଅଂଚଳର ହିଁ ଏୟାର କ୍ୱାଲିଟି ଜାଣି ପାରିବେ କିନ୍ତୁ ନିଜ ଘରର ନୁହେଁ । କିନ୍ତୁ ଆପଣଙ୍କ ପାଇଁ ଏକ ଖୁସି ଖବର । ଏମିତି ଏକ ଡିଭାଇସ ବଜାରରେ ଉପଲବ୍ଧ ହୋଇଛି ଯାହା ବିଲଡିଙ୍ଗର ବାୟୁ ବାବଦରେ ସମ୍ପୂର୍ଣ୍ଣ ସୂଚନା ଦେବ । ଖାଲି ସେତିକି ନୁହେଁ ଠିକ ସମୟରେ ଏହା ସମ୍ପୂର୍ଣ୍ଣ ସୂଚନା ଦେଇଦେବ। ତେବେ ଆସନ୍ତୁ ଏହି ଡିଭାଇସ ବିଷୟରେ ଅଧିକ ଜାଣିବା ।

ଆକ୍ଟିଭ ବିଲଡିଂଗ ହେଉଛି ଏକ ଭାରତୀୟ ଷ୍ଟାର୍ଟଅପ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ମେଟ୍ରୋ ସହର ମାନଙ୍କର ଆପାର୍ଟମେଣ୍ଟ ଗୁଡିକର ବାୟୁ ଉପରେ ଧ୍ୟାନ ରଖିବା । ଏହି ବିଲଡିଂଗ RESET ସାର୍ଟଫାଏଡ଼ ଇଣ୍ଡୋର ଏନଭାଇରୋନ ମେଣ୍ଟ କ୍ୱାଲିଟି ମନିଟରିଙ୍ଗ ସେନ୍ସର ପ୍ରସ୍ତୁତ କରିଛି । ଏହି ଡିଭାଇସକୁ ବ୍ୟବହାର କରିବା ବି ଖୁବ ସହଜ । ଆପଣ ନିଜ ବିଲଡିଂଗରେ ମାତ୍ର ଗୋଟିଏ ପ୍ଲଗ ମାଧ୍ୟମରେ ଏହାକୁ କେଉଁଠିବି ଇଂସ୍ଟଲ କରିପାରିବେ । ଏହି ଡିଭାଇସଟି ୧୦୦୦ ସ୍କ୍ୱାୟର ଫୁଟ ସ୍ଥାନ ଅକ୍ତିଆର କରିବ। ଏହି ସେନ୍ସର ଉକ୍ତ ସ୍ଥାନର ବାୟୁର ଗୁଣବତ୍ତା ବିଷୟରେ ବିସ୍ତାରରେ ଜଣେଇବ ।

ଏହି ସେନସରଟିକୁ Active Building କର୍ମକର୍ତ୍ତା ମାନେ ଆସି ବିଲଡିଂଗ ଭିତରେ ଇଂସ୍ଟଲ କରିବେ । ଅବଶ୍ୟ ଏହି ସେନସରକୁ ଗୋଟିଏ ରୁମରେ ବ୍ୟବହାର କରିପାରିବ ନାହିଁ । ମାତ୍ର ୩୦ ମିନିଟ ଭିତରେ ବିଲଡିଂଗର କାର୍ବନ ଡାଇଅକ୍ସାଡିଡ଼ ଲେବଲ, ଧୂଳି କଣିକା ବାବଦରେ ତଥ୍ୟ ଦେବ । ଏହା ସେହି ବିଲଡିଂଗର PM ୨ .୫ ବିଷୟରେ ସୂଚନା ଦେବ ।

Leave A Reply

Your email address will not be published.