ଉତ୍ତରପ୍ରଦେଶ: ଉଚ୍ଚ ଶିକ୍ଷା ବିଭାଗର କଡା ନିର୍ଦ୍ଦେଶ, ରାଜ୍ୟର ସମସ୍ତ କଲେଜ ଓ ୟୁନିଭର୍ସିଟିରେ ବ୍ୟାନ ହେଲା ମୋବାଇଲ ଫୋନ

ଉତ୍ତରପ୍ରଦେଶର ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ଛାତ୍ରଛାତ୍ରୀମାନଙ୍କୁ କଲେଜ ସମୟରେ ବିଭ୍ରାନ୍ତ ନହେବା ପାଇଁ ସାରା ରାଜ୍ୟର କଲେଜ ଏବଂ ୟୁନିଭର୍ସିଟି ଗୁଡିକରେ ମୋବାଇଲ ଫୋନର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସୂଚନା ଅନୁଯାୟୀ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟର ଏକ ନୂଆ ନୋଟିସ ଜାରି କରିଛି ଯାହାକି ରାଜ୍ୟର ସମସ୍ତ କଲେଜ ଓ ୟୁନିଭର୍ସିଟି ପରିସରରେ ମୋବାଇଲ ଫୋନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଆହ୍ୱାନ ଦେଉଛି । ଏହି ରିପୋର୍ଟ ଅନୁଯାୟୀ ରାଜ୍ୟର ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବର୍ତ୍ତମାନ କ୍ୟାମ୍ପସ ମଧ୍ୟରେ ମୋବାଇଲ ଫୋନର ବ୍ୟବହାର କରିପାରିବେ ନାହିଁ ।

Image result for mobile phone use in college student

 

ସୂଚନା ଅନୁଯାୟୀ ଏହି ନିୟମ କେବଳ ୟୁପିର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୀମିତ ନୁହେଁ ବରଂ କଲେଜର ସମସ୍ତ ଟିଚିଙ୍ଗ ଓ ଫ୍ୟାକଲ୍ଟି ଷ୍ଟାଫ ମାନଙ୍କ ପାଇଁ ମଧ୍ୟ ଜାରି କରାଯାଇଛି । ରାଜ୍ୟର ସମସ୍ତ ୟୁନିଭର୍ସିଟି ଓ କଲେଜ ଗୁଡିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉନ୍ନତ ଶିକ୍ଷଣୀୟ ବାତାବରଣ ସୃଷ୍ଟି କରିବା ପାଇଁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ନିର୍ଦ୍ଦେଶାଳୟର କହିବା ଅନୁଯାୟୀ କଲେଜରେ ଘଣ୍ଟା ଘଣ୍ଟା ଧରି ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ନିଜର ବହୁମୂଲ୍ୟ ସମୟ ମୋବାଇଲ ଫୋନରେ ବିତାଉଛନ୍ତି ।

Related image

 

ଏହାବ୍ୟତୀତ ପୂର୍ବରୁ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ କ୍ୟାବିନେଟର ବୈଠକ ସହିତ ନିଜର ଅଧିକାରିକ ବୈଠକ ସମୟରେ ମଧ୍ୟ ମୋବାଇଲ ଫୋନର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ । କାରଣ ବୈଠକ ସମୟରେ କିଛି କ୍ୟାବିନେଟ ମନ୍ତ୍ରୀ ନିଜ ମୋବାଇଲ ଫୋନରେ ହ୍ଵାଟ୍ସଆପ ମେସେଜ ପଢିବାରେ ବ୍ୟସ୍ତ ରହୁଥିବାର ଦେଖାଯାଇଥିଲା । ସେଥିପାଇଁ ମୁଖ୍ୟମନ୍ତ୍ରୀ ଏପରି ଏକ ନିର୍ଦ୍ଦେଶ ଜାରି କରିଥିଲେ । ଯଦିଓ ବର୍ତ୍ତମାନ ମନ୍ତ୍ରୀମାନେ ବୈଠକକୁ ମୋବାଇଲ ଫୋନ ନେଇପାରିବେ କିନ୍ତୁ ସେହି ଫୋନକୁ ତାଙ୍କୁ ସାଇଲେଣ୍ଟ ମୋଡ଼ରେ ରଖିବାକୁ ପଡିବ ବୋଲି ସରକାରଙ୍କର ନିର୍ଦ୍ଦେଶ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.