କେନ୍ଦ୍ରାପଡ଼ା: ଗ୍ରାମବାସୀଙ୍କୁ ପିଡିଙ୍କ ଦୁର୍ବ୍ୟବହାର, ଭିଡିଓ ଭାଇରାଲ ପରେ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହେଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଏକମାଣିଆରେ ଗ୍ରାମବାସୀଙ୍କୁ ପିଡିଙ୍କ ଦୁର୍ବ୍ୟବହାର । ଫଟୋ ଉଠାଇବାରୁ ରାଗିଯାଇ ପିଡି ଖରାପ ଭାଷାରେ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିବା ସହ ମାରିବା ପାଇଁ ହାତ ଉଠାଇଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ଏବେ ଭାଇରାଲ ହୋଇଛି । ବାତ୍ୟା ଫନିର ସର୍ଭେ କରିବାକୁ ଯାଇ ଥିବା ବେଳେ ଗ୍ରାମବାସୀଙ୍କ ସହ ପିଡି ଦୁର୍ବ୍ୟବହାର କରିଛନ୍ତି । ଏନେଇ କେନ୍ଦ୍ରାପଡା ଆଳି ଏକମାଣିଆ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ପରିଡା ଏକ ମାଣିଆ ପଞ୍ଚାୟତକୁ ସର୍ଭେ କରିବାକୁ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.