Below header

ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା : ସମସ୍ତ ଶ୍ରମିକଙ୍କୁ ଏୟାରଲିଫ୍ଟ ପାଇଁ ଚିନୁକ ହେଲିକପ୍ଟର ପ୍ରସ୍ତୁତ, ଆଉ ୨ ମିଟର ବାକି

ଆଉ ୨ ମିଟର ବାକି ରହିଛି । ଟନେଲ ବାହାରେ ୪୧ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ଘଟଣା ସ୍ଥଳରେ ବାୟୁସେନାର ଚିନୁକ ହେଲିକପ୍ଟର ପ୍ରସ୍ତୁତ ରହିଛି । ସମସ୍ତ ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବ । NDMA ଅଧିକାରୀ ସୈୟଦ ଅତା ହସନୈନ କହିଛନ୍ତି, ଏହି ଅଭିଯାନ ପାଇଁ ୪୦୦ରୁ ଅଧିକ ଘଣ୍ଟା କାମ ହୋଇଛି । ସବୁକିଛି ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇଛି ।

ଉତ୍ତରକାଶୀ ଟନେଲ ତଳୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଜୋରଦାର୍ ପ୍ରୟାସ । ଆଉ ୨ ମିଟର ବାକି ରହିଛି । ଟନେଲ ବାହାରେ ୪୧ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ଘଟଣା ସ୍ଥଳରେ ବାୟୁସେନାର ଚିନୁକ ହେଲିକପ୍ଟର ପ୍ରସ୍ତୁତ ରହିଛି । ସମସ୍ତ ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବ । NDMA ଅଧିକାରୀ ସୈୟଦ ଅତା ହସନୈନ କହିଛନ୍ତି, ଏହି ଅଭିଯାନ ପାଇଁ ୪୦୦ରୁ ଅଧିକ ଘଣ୍ଟା କାମ ହୋଇଛି । ସବୁକିଛି ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇଛି । ବହୁତ ବାଧା ଆସିଛି, କିନ୍ତୁ ସଫଳତା ପାଖରେ ଆମେ ପହଞ୍ଚିଛୁ ।

ତେବେ ସରକାର ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ସବୁ ହସପିଟାଲକୁ ହାଇଆଲର୍ଟରେ ରଖିଛନ୍ତି । ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଚିନ୍ୟାଲିସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଟନେଲଠୁ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏଥିପାଇଁ ସୁଡଙ୍ଗଠୁ ହସ୍ପିଟାଲ ମଧ୍ୟରେ ଏକ ଗ୍ରୀନ୍ କରିଡର କରାଯାଇଛି । ପ୍ରତ୍ୟେକ ଶ୍ରମିକଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି । ଏମାନଙ୍କ ଚିକିତ୍ସାରେ ସ୍ୱତନ୍ତ୍ର ଧ୍ୟାନ ରଖାଯିବ । ଟନେଲର କିଛି ଦୂରରେ ଏକ ହସପିଟାଲ ବ୍ୟବସ୍ଥା କରାଯାଇଛି । ଯଦି କୌଣସି ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଖରାପ ହୁଏ, ତେବେ ସେମାନଙ୍କୁ ଏମ୍ସ ରିଷିକେଶ ସ୍ଥାନାନ୍ତର କରାଯିବ । ଏଥିପାଇଁ ଏୟାର ଆମ୍ବୁଲାନ୍ସ ମଧ୍ୟ ଆଲର୍ଟରେ ରହିଛି ।

ଖବର ମୁତାବକ, ନଭେମ୍ବରର ୧୨ ତାରିଖରେ ଟନେଲ ଅଘଟଣ ଘଟିଥିଲା। ଉତ୍ତରକାଶୀ ଟନେଲର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଭିତରେ ଥିବା ୪୧ ଜଣ ଶ୍ରମିକ ଫସି ଯାଇଥିଲେ । ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ କରିବା ପାଇଁ ନିର୍ମାଣ କରାଯାଉଥିଲା ଟନେଲ । ଯାହା ଫଳରେ ଉତ୍ତରକାଶୀରୁ ଯମୁନୋତ୍ରୀ ଧାମର ଦୂରତା ୨୬ କିଲୋମିଟର ହ୍ରାସ ପାଇ ପାରିବ । ଆଉ ଏହି କାର୍ଯ୍ୟରେ ନିୟାଜିତ ହୋଇଥିଲେ ଶ୍ରମିକମାନେ । ଏମାନେ କାମ କରୁଥିବା ସମୟରେ ହଠାତ୍ ଏପରି ଅଘଟଣ ଘଟିଥିଲା ଯାଇଥିଲେ। ଯାହା ଫଳରେ ସେହି ଟନେଲ ଭିତରେ ଫସି ଯାଇଥିଲେ ଶ୍ରମିକ । ଆଉ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଦିନ ରାତି ପ୍ରାଣପଣେ ଉଦ୍ୟମ ଜାରି ରଖିଥିଲେ ଉଦ୍ଧାର କାରୀ ଟିମ୍ ଏବଂ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.