Below header

ମମତା ଦେଖାଇଲେ ପୋଲିସ ଅଫିସର, ଭୋକରେ କାନ୍ଦୁଥିବା ଶିଶୁକୁ କୋଳରେ କରାଇଲେ ସ୍ତନ୍ୟପାନ

ଖାକି ତଳେ ବି ଲୁଚି ରହିଛି ମମତା..ମାନବିକତା।ଜଣେ କର୍ତ୍ତବ୍ୟରତ ପୋଲିସ ଅଫିସର ଶିଶୁଟି ଭୋକରେ ବିକଳ ହୋଇ କାନ୍ଦୁଥିବା ବେଳେ ତାକୁ ସ୍ତନ୍ୟପାନ କରାଇଛନ୍ତି ।

କେରଳ : ଆମେ ଖାକିକୁ ନେଇ ଅନେକ ସମୟରେ ଅନେକ କଥା କହିଥାଉ । ଖାକି କେତେ ବେଳେ ନିଷ୍ଠୁର ପାଲଟି ଯାଏତ କେତେ ବେଳେ ନିର୍ଦ୍ଦୟ । ଡୁଟି ସମୟରେ ସେ ଜଣେ କର୍ତ୍ତବ୍ୟବାନ୍‌ ଅଫିସର । ଭୁଲ୍ ଥିଲେ ନିଜ ପରିବାର ସଦସଙ୍କୁ ବି ହାତକଡ଼ା ପକାଇବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଆପଣ ଭାବୁଥିବେ ଆଜି ଆମେ କାହିଁକି ଖାକି ପୋଷାକ ଉପରେ ଏତେ ତର୍ଜମା କାହିଁକି କରୁଛୁ । ସବୁବେଳେ ଯେ ଖାକି ନିର୍ଦ୍ଦୟର ପ୍ରତୀକ ତାହା ନୁହେଁ । ଖାକି ତଳେ ବି ଲୁଚି ରହିଛି ମମତା..ମାନବିକତା। ତାହା ଏହି ଦୃଶ୍ୟରେ ସ୍ପଷ୍ଟ ବାରି ହୋଇପଡ଼ୁଛି । କାରଣ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହ୍ଦୟକୁ ଛୁଇଁ ଯାଇଛି।

ଜଣେ କର୍ତ୍ତବ୍ୟରତ ପୋଲିସ ଅଫିସର ଶିଶୁଟି ଭୋକରେ ବିକଳ ହୋଇ କାନ୍ଦୁଥିବା ବେଳେ ତାକୁ ସ୍ତନ୍ୟପାନ କରାଇଛନ୍ତି । ସେ ସେ ଡ୍ୟୁଟିରେ ଥିବା ସମୟରେ ଏହି କାମ କରୁଥିବା ବେଳେ ତାଙ୍କର ମହାନୁଭବତାକୁ ନେଇ ଚାରିଆଡ଼େ ଜୋରଦାର ଚର୍ଚ୍ଚା ହେଉଛି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏ ଶିଶୁଟି କିଏ ଏବଂ କାହିଁକି ଏ ମହିଳା ଅଫିସର ଜଣକ କୋଳରେ ଧରି ସ୍ତନ୍ୟପାନ କରାଉଛନ୍ତି ।

ତେବେ ଆସନ୍ତୁ ଜାଣିବା ପୂରା ଘଟଣାଟି କଣ ? ବିହାର ରାଜଧାନୀ ପାଟନାରେ ଗୋଟିଏ ପରିବାର ଦୀର୍ଘ ଦିନ ଧରି କେରଳରେ ରହି ଆସୁଥିଲେ । ପରିବାରର ମୂରବୀ କୌଣସି ଏକ ବିବାଦରେ ଫସି ଏବେ ଜେଲରେ ଅଛନ୍ତି। ତାଙ୍କର ପତ୍ନୀ ଏବଂ ଚାରିଜଣ ଛୋଟ ଛୋଟ ପିଲା ଅଛନ୍ତି । ଯାହାଙ୍କ ଦେଖା ରଖା କରିବା ପାଇଁ କେହି ନ ଥିଲେ । ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ କୋଚି ଥାନାକୁ ନିଆ ଯାଇଥିଲା। ହେଲେ ହଠାତ ମହିଳାଙ୍କର ଦେହ ଖରାପ ହୋଇଥିଲା ଏବଂ ସେ ଗୁରୁତର ହୋଇପଡିଲେ । ତାଙ୍କୁ ତୁରନ୍ତ ଏର୍ନାକୁଲମର ଏକ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁକୁ ସିଫ୍ଟ କରାଗଲା ।

ଏପଟେ ଥାନାରେ ତିନି ବଡବଡ ଶିଶୁଙ୍କୁ ପୋଲିସ କର୍ମୀ ଖାଇବାକୁ ଦେବାର ବ୍ୟବସ୍ଥା କରିଥିଲେ। ହେଲେ ସେମାନଙ୍କ ମଧ୍ୟରେ ଥିବା ୯ ମାସର ଶିଶୁ ଭୋକରେ ବିକଳ ହୋଇ କାନ୍ଦୁଥିଲା । ଶିଶୁଟିକୁ କେମିତି କ’ଣ ଖାଇବାକୁ ଦେବେ କେହି ଜାଣି ପାରୁନ ଥିଲେ । ଏହି ସମୟରେ ଏମ.ଏ.ଆର୍ଯ୍ୟା ନାମରେ ଜଣେ ମହିଳା ପୋଲିସ ପିଲାଟିର କାନ୍ଦ ସହି ପାରି ନ ଥିଲେ । ସେ ନିଜ କର୍ତ୍ତବ୍ୟରୁ ଊର୍ଦ୍ଧ୍ୱକୁ ଯାଇ ଶିଶୁଟିକୁ କୋଳକୁ ନେଇ ସ୍ତନ୍ୟପାନ କରାଇଥିଲେ ।

ତେବେ ମହିଳା ପୋଲିସ ଅଫିସରଙ୍କର ଏପରି ମହାନତାର କାର୍ଯ୍ୟ ସୋଶିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଥିବା ବେଳେ ମହିଳାଙ୍କ ଉଦାରତାକୁ ନେଇ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି । ସତରେ ମା’ ପରି କେହି ନୁହେଁ । ସେଥିପାଇଁ ତ ମା’ର ମମତା ଆଗରେ ଦୁନିଆର ବଡ଼ ବଡ଼ ମହାରଥିଙ୍କର ମୁଣ୍ଡ ନଇଁଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.