ରାସ୍ତା ପାର ବେଳେ ୧୭ ଜଣ ମହିଳାଙ୍କ ଉପରେ ଚଢିଗଲା ଭ୍ୟାନ, ୩ ମୃତ, ୧୪ ଗୁରୁତର
ରାସ୍ତା ପାର ହେଉଥିବା ବେଳେ ମହିଳାଙ୍କ ପରେ ମାଡିଗଲା ଭ୍ୟାନ୍ । ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି । ପୁନେ- ନାସିକ ହାଇୱେରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା।
ମହାରାଷ୍ଟ୍ରର ପୁନେ-ନାସିକ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଭ୍ୟାନ୍ ୧୭ ଜଣ ମହିଳାଙ୍କ ଉପରେ ଚଢିଯାଇଛି । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି । ପୁନେ ନାସିକ ହାଇୱେରେ ଖାରାପୁଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ସଡ଼କ ପାର ହେଉଥିବା ବେଳେ ଗାଡିକୁ ମହିଳାମାନଙ୍କୁ ଧକ୍କା ଦେଇଥିଲା ।
ସୂଚନା ମୁତାବକ, ପୁନେ- ନାସିକ ହାଇୱେରେ ମହିଳାମାନେ ରାସ୍ତା ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ୧୭ ଜଣ ମହିଳା ପୁନେରେ ଖାଇବା ପ୍ରସ୍ତୁତ କରିବା ପାଇଁ ଏକ ଅଫିସକୁ ଯାଉଥିଲେ । ମହିଳାମାନେ ଏକ ସମୟରେ ହାଇୱେରେ ରାସ୍ତାର ପାର ହେଉଥିବା ବେଳେ ଭ୍ୟାନ୍ ଧକ୍କା ଦେଇଥିଲା। ଏହି ଘଟଣା ଦିନ ୧୧ ଟାରେ ନାସିକ ଲେନରେ ହୋଇଛି । ଆଉ ଘଟଣାସ୍ଥଳରେ ୩ ଜଣ ମହିଳା ପ୍ରାଣ ହରାଇଥିବା ବେଳେ ଅନ୍ୟ ସମସ୍ତେ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।
PUNE-NASHIK HIGHWAY TRAGEDY
Major accident reported at #Pune-Nashik highway. A van hits 17 women, 3 killed on the spot, 14 others seriously injured. pic.twitter.com/WjhMVPC7IN
— Mirror Now (@MirrorNow) February 14, 2023
ମହିଳାଙ୍କୁ ଧକ୍କା ଦେବା ଫଳରେ ଗାଡି ଚାଳକ ଡିଭାଇଡର ଭାଙ୍ଗି ଭ୍ୟାନ ନେଇ ଫେରାର ହୋଇଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।