କାଙ୍ଗାଳିଆ ସ୍ଥିତିରେ ପାକିସ୍ତାନ, କ୍ଷୀର ଲିଟର ପିଛା ୨୧୦ ଟଙ୍କା ଓ ଚିକେନ କେଜି ପିଛା ୯୦୦ ଟଙ୍କା

ପାକିସ୍ତାନରେ ସ୍ଥିତି ଭୟଙ୍କର । କ୍ଷୀର ଦାମ ୨୧୦ ଟଙ୍କା ରହିଥିବା ବେଳେ ଚିକେନ ଦାମ୍‌ ୯୦୦ ଟଙ୍କାରେ ପହଞ୍ଚିଛି । ଲୋକେ ନିଜ ପେଟ ପୋଷିବାକୁ ସକ୍ଷମ ହେଉନାହାନ୍ତି। ଭୋକ ବିକଳରେ ଡହଳବିକଳ ହେଉଛନ୍ତି ।

ପାକିସ୍ତାନରେ ସ୍ଥିତି ଭୟଙ୍କର । କ୍ଷୀର ଦାମ ୨୧୦ ଟଙ୍କା ରହିଥିବା ବେଳେ ଚିକେନ ଦାମ୍‌ ୯୦୦ ଟଙ୍କାରେ ପହଞ୍ଚିଛି । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଆଇଏମଏଫରୁ ଲୋନ କରିଥିବା କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି। ଏପରି ପରିସ୍ଥିତି ମଧ୍ୟରେ ରାଜ୍ୟର ଦୋକାନୀମାନେ କ୍ଷୀରର ମୂଲ୍ୟ ଲିଟର ପିଛା ୧୯୦ ରୁ ୨୧୦ କୁ ବୃଦ୍ଧି କରିଛନ୍ତି। ଆଉ ଚିକେନ ଦାମ୍‌ ବଢି ୯୦୦ ଟଙ୍କାରେ ପହଞ୍ଚିଛି । ଜିନିଷ ଏତେ ମହଙ୍ଗା ହୋଇଛି ଯେ, ସାଧାରଣ ଲୋକ ପେଟ ପୋଷିବା ମୁସ୍କିଲ ହୋଇପଡିଛି ।

କରାଚୀ କ୍ଷୀର ରିଟେଲର ଆସୋସିଏସନ ମିଡ଼ିଆ କୋଡିନେଟର ୱାହିଦ ଗାଦି ଦାବି କରିଛନ୍ତି ଯେ, ୧୦୦୦ ରୁ ଅଧିକ ଦୋକାନୀ କ୍ଷୀର ବିକ୍ରି କରୁଛନ୍ତି । ଏଗୁଡ଼ିକ ପ୍ରକୃତରେ ହୋଲସେଲର, ଦୁଗ୍ଧ ଚାଷୀଙ୍କ ଦୋକାନ ଏବଂ ଆମର ସଦସ୍ୟ ନୁହଁନ୍ତି। ଦୁଗ୍ଧ ବ୍ୟବସାୟୀ ଏବଂ ହୋଲସେଲରଙ୍କ ଦ୍ୱାରା ଘୋଷିତ ମୂଲ୍ୟ ବୃଦ୍ଧି ଯଦି ପ୍ରତ୍ୟାବର୍ତ୍ତନ ନହୁଏ, ତେବେ ଖୁଚୁରା ବ୍ୟବସାୟୀ କ୍ଷୀର ଦାମ ୨୧୦ ଟଙ୍କାରୁ ୨୨୦ ଟଙ୍କା ପ୍ରତି ଲିଟର ବିକ୍ରି କରୁଛନ୍ତି ।

କିଛି ଦୋକାନୀ ଖାଲି କ୍ଷୀରର ମୂଲ୍ୟ ୧୯୦ ରୁ ଲିଟର ପିଛା ୨୧୦ କୁ ବୃଦ୍ଧି କରିଛନ୍ତି । ଆଉ ଗତ ଦୁଇ ଦିନ ମଧ୍ୟରେ ବ୍ରଏଲର ଚିକେନ୍ କିଲୋଗ୍ରାମରେ ୩୦-୪୦ ଟଙ୍କା ବୃଦ୍ଧି ପାଇଛି । ଯାହା ପରେ ବ୍ରଏଲର ଚିକେନ୍ର ଦାମ କିଲୋଗ୍ରାମରେ ୪୮୦-୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ, ଚିକେନ୍ ମାଂସ ବର୍ତ୍ତମାନ କିଲୋଗ୍ରାମରେ ୭୦୦-୭୮୦ ଟଙ୍କାରେ ବିକ୍ରି ହେଉଛି, ଯାହାକି କିଛି ଦିନ ପୂର୍ବରୁ କିଲୋଗ୍ରାମରେ ୬୨୦-୬୫୦ ଟଙ୍କା ଥିଲା । ଆଉ ବୋନଲେସ ଚିକେନ ଦାମ୍‌ ୯୦୦ ଟଙ୍କା ଉପରେ ରହିଛି ।

କୁକୁଡ଼ାମାନଙ୍କୁ ଦିଆଯାଉଥିବା ଶସ୍ୟ ମଧ୍ୟ ମହଙ୍ଗା ହେଇଛି। ମଣିଷ ଖାଇବାକୁ ପାଉ ନଥିବା ବେଳେ ପାକିସ୍ତାନରେ କୁକୁଡ଼ାମାନଙ୍କୁ ଦିଆଯାଉଥିବା ଶସ୍ୟ ମଧ୍ୟ ମହଙ୍ଗା ହୋଇଛି। ୫୦ କିଲୋଗ୍ରାମ ଶସ୍ୟ ପାଇଁ ୭,୨୦୦ ଟଙ୍କା ଦେବାକୁ ପଡିବ । ଯେଉଁଥିପାଇଁ ଚିକେନ ଦାମ୍‌ ବୃଦ୍ଧି ପାଇଛି ।