Below header

ହ୍ୱାଟ୍ସଆପ, ଫେସବୁକରେ ଲାଗିଲା ଟ୍ୟାକ୍ସ ତ ଉତ୍ତେଜିତ ହୋଇ ଲୋକମାନେ କଲେ ଏପରି

ଅନ୍ୟ ଦେଶ ତୁଳନାରେ ଭାରତରେ ସବୁଠାରୁ ଅଧିକ ଇଣ୍ଟରନେଟ ୟୁଜର ଅଛନ୍ତି । ଭାରତରେ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ୬୩ କୋଟିରୁ ଉର୍ଦ୍ଧ୍ୱ । ଥରେ ଭାବନ୍ତୁ ତ ଯଦି ଭାରତ ସରକାର ସୋସିଆଲ ମିଡ଼ିଆ ଉପରେ ଟ୍ୟାକ୍ସ ଲଗାଇ ଦିଅନ୍ତି ତାହେଲେ ଏହାର ପରିଣାମ କଣ ହେବ ? ଯଦିଓ ଭାରତ ସରକାରଙ୍କର ବର୍ତ୍ତମାନ ସେପରି କିଛି ଇରାଦା ନାହିଁ କିନ୍ତୁ ଲେବନାନରେ ସରକାର ଫେସବୁକ ଏବଂ ହ୍ଵାଟ୍ସଆପର କଲିଂ ସେବା ଉପରେ ଟ୍ୟାକ୍ସ ଲଗାଇ ଦେଇଛନ୍ତି । ସୋସିଆଲ ମିଡ଼ିଆ ଉପରେ ଟ୍ୟାକ୍ସ ଲଗାଇବାର ସରକାରଙ୍କ ଏହି ନିଷ୍ପତ୍ତି ପରେ ଲେବନାନର ରାଜଧାନୀ ବେରୁତରେ ହିଂସା ପ୍ରଦର୍ଶନ କରାଯାଇଛି ।

ଏହାସହ ପଢନ୍ତୁ ଯେକୌଣସି ଫିଙ୍ଗରପ୍ରିଣ୍ଟରେ ଖୋଲି ଯାଉଛି ସାମସଙ୍ଗ ଗ୍ୟାଲେକ୍ସି S10, ଅତିଶୀଘ୍ର ଅପଡେଟ ଜାରି କରିବ କମ୍ପାନୀ

ଏହାକୁ ନେଇ ଉତ୍ତେଜିତ ହୋଇ ଲୋକମାନେ ଗାଡିକୁ ନିଆଁ ଲଗାଇ ଦେବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । କେବଳ ସେତିକି ନୁହେଁ ଏହି ଘଟଣାରେ ଦୁଇଜଣ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ଏହାସହିତ ୪୦ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଏୟାରପୋର୍ଟରେ ମଧ୍ୟ ପ୍ରଦର୍ଶନକାରୀମାନେ ଅନେକ ଯାତ୍ରୀ ମାନଙ୍କ ସହ ମାଡ଼ପିଟ କରିଛନ୍ତି ବୋଲି ଖବର ଆସିଛି ।

Image result for violence flares in lebanon as government announced tax on whatsapp and social media

ହ୍ଵାଟ୍ସଆପ, ମେସେଞ୍ଜରର ଭଏସ କଲ ଉପରେ ମାସିକ ୧୫୦ ଟଙ୍କା ଟ୍ୟାକ୍ସ

ସୂଚନା ଅନୁଯାୟୀ ବର୍ତ୍ତମାନ ଲେବନାନ ସରକାରଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ । ଏପରିସ୍ଥଳେ ବଜେଟ ପାଇଁ ତାଙ୍କୁ କରଜ ନେବାକୁ ପଡୁଛି । ତେବେ ବଜେଟର ବୋଝ କମ କରିବା ପାଇଁ ସରକାର ଫେସବୁକ ମେସେଞ୍ଜର ଏବଂ ହ୍ଵାଟ୍ସଆପରେ ଭଏସ କଲିଂ ପାଇଁ ମାସିକ ୧୫୦ ଟଙ୍କାର ଟ୍ୟାକ୍ସ ଲଗାଇଛନ୍ତି । ସରକାରଙ୍କର ଏହି ନିଷ୍ପତ୍ତି ପରେ ସେଠାରେ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁ କାରଣରୁ ପରେ ସରକାର ତାଙ୍କର ଏହି ନିୟମକୁ ଉଠାଇ ନେଇଛନ୍ତି ।

Image result for violence flares in lebanon as government announced tax on whatsapp and social media

ୟୁଗାଣ୍ଡାର ସଂସଦ ଗତବର୍ଷ ସୋସିଆଲ ମିଡ଼ିଆ ୟୁଜର ମାନଙ୍କ ଉପରେ ଟ୍ୟାକ୍ସ ଲଗାଇବା ଆଇନ୍କୁ ମଞ୍ଜୁରୀ ଦେଇଥିଲେ । ଏହି ଆଇନ ଦ୍ୱାରା ଯେଉଁ ଲୋକମାନେ ଫେସବୁକ, ହ୍ଵାଟ୍ସଆପ, ଭାଇବର ଏବଂ ଟୁଇଟର ଭଳି ସୋସିଆଲ ପ୍ଲାଟଫର୍ମର ବ୍ୟବହାର କରିବେ ସେମାନଙ୍କୁ ଦୈନିକ୩ ଟଙ୍କା ୩୬ ପଇସା ଦେବାକୁ ପଡିବ । ଏହି ଆଇନକୁ ସମର୍ଥନ କରି ସେଠାକାର ରାଷ୍ଟ୍ରପତି କହିଥିଲେ ଯେ ଏହାକୁ ଲାଗୁ କରିବାର ମୁଖ୍ୟ କାରଣ ହେଉଛି ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ମିଥ୍ୟା ଖବରକୁ ବନ୍ଦ କରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.