ତିନି ଦିନ ଭିତରେ ଘର ଛାଡ଼. . . . ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ପୂର୍ବତନ ବିଧାୟକଙ୍କୁ ତାଗିଦ କଲେ ବାଚସ୍ପତି

 ଭୁବନେଶ୍ବର(କେନ୍ୟୁଜ୍):  ତିନି ଦିନ ଭିତରେ ସରକାରୀ କ୍ୱାର୍ଟର୍ସ ଛାଡ। ନହେଲେ ପୋଲିସରେ ହେବ ମାମଲା। ସରକାରୀ କ୍ୱାର୍ଟର୍ସ ମାଡ଼ି ବସିଥିବା ପୂର୍ବତନ ବିଧାୟକଙ୍କୁ ଏଭଳି ଚରମବାଣୀ ଶୁଣାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ପୂର୍ବରୁ ସରକାରୀ କ୍ୱାର୍ଟର୍ସ ମାଡ଼ି ବସିଥିବା ୨୬ ଜଣ ପୂର୍ବତନ ବିଧାୟକଙ୍କ ତାଲିକା ସାମନାକୁ ଆସିଥିଲା। ବାଚସ୍ପତିଙ୍କ ଚେତାବନୀ ପରେ ୧୦ରୁ ଅଧିକ ପୂର୍ବତନ ବିଧାୟକ କ୍ୱାର୍ଟର୍ସ ଛାଡ଼ି ସାରିଲେଣି। ଯେଉଁମାନେ ଏପର୍ଯ୍ୟନ୍ତା ଛାଡ଼ି ନାହାନ୍ତି, ସେମାନଙ୍କୁ ଏଭଳି ଚରମବାଣୀ ଶୁଣାଇଛନ୍ତି ବାଚସ୍ପତି। ସେହିପରି ବିଧାନସଭା କର୍ମଚାରୀଙ୍କୁ ଏଣିକି ଜଗିବ ବାୟୋମେଟ୍ରିକ୍‌। ସେମାନଙ୍କ ପାଇଁ ଲାଗୁ ହେବ ଡ୍ରେସ୍‌ କୋଡ୍‌। ପୂରା ବିଧାନସଭା ରହିବ ସିସିଟିଭି ବଳୟରେ। ବିଧାନସଭାରେ ପଲିଥିନ୍‌ ବ୍ୟବହାରକୁ ନିଷିଦ୍ଧ ବି କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।