ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ

ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ କିଛି ସମୟ ପରେ ଘୋଷଣା କରାଯିବ । ନିର୍ବାଚନ ସରିବା ପରେ ଗତ କିଛିଦିନ ହେଲାଣି ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା । ସୂଚନା ମୁତାବକ, ଛତିଶଗଡ ମୁଖ୍ୟମନ୍ତ୍ରୀ ଦୌଡ ପାଇଁ ବିଷ୍ଣୁଦେଓ ସାଏ ନାମ ସବୁଠୁ ଆଗରେ ରହିଥିଲା। ସାଏ ଜଣେ ଅନୁଭବୀ ଆଦିବାସୀ ଚେହେରା । ଏହାଛଡା କେନ୍ଦ୍ର ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି ।

ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ୍ ସୋନୱାଲ, ଅର୍ଜୁନ ମୁଣ୍ଡା ଓଦୁଷ୍ୟନ୍ତ କୁମାର ଗୌତମଙ୍କ ସହ ଛତିଶଗଡ଼ ବିଜେପି ପ୍ରଭାରୀ ଓମ ମାଥୁର ମଧ୍ୟ ଉପସ୍ଥିତ ରହିଥିଲେ। ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ଦିଲ୍ଲୀରେ କେନ୍ଦ୍ରୀୟ ନେତତ୍ବ ତାଙ୍କ ନାଁରେ ମୋହର ମାରିଛନ୍ତି। ଦଳର ଆଦିବାସୀ ଚେହେରା ଭାବେ ବେଶ ପରିଚିତ ବିଷ୍ଣୁଦେଓ ସାଓ। ୫୯ ବର୍ଷିୟ ବିଷ୍ଣୁଦେଓ ପୂର୍ବରୁ କେନ୍ଦ୍ରରେ ରାଷ୍ଟ୍ର ମନ୍ତ୍ରୀ ଓ ଛତିଶଗଡ଼ ବିଜେପି ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି। ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଉତ୍ତର ଛତିଶଗଡ଼ର କୁଙ୍କୁରୀ ବିଧାନସଭା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.