ନିଛାଟିଆ ଜଙ୍ଗଲରେ ବିନା ପୋଷାକରେ ବୁଲୁଛନ୍ତି ଅଭିନେତା ବିଦ୍ୟୁତ୍‌ ଜାମୱାଲ, ଚୁଲିରେ ରାନ୍ଧିଲେ ଖାଦ୍ୟ…ସେୟାର କଲେ ଫଟୋ

ନିକଟରେ ବିଦ୍ୟୁତ୍‌ଙ୍କର ଏକ ପୋଷ୍ଟ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି, ଯେଉଁଥିରେ ସେ ବିନା ପୋଷାକରେ ନଜର ଆସିଛନ୍ତି। ମୁଣ୍ଡଠୁ ଗୋଡ଼ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଗୋଟିଏ ବି କପଡ଼ା ପିନ୍ଧି ନାହାନ୍ତି।

ବଲିଉଡ୍‌ର ଫିଟେଷ୍ଟ୍‍ ଆକ୍ଟର ବିଦ୍ୟୁତ୍‌ ଜାମୱାଲ। ତାଙ୍କର ଲିନ୍‌ ମସ୍‌କ୍ୟୁଲାର୍‌ ବଡି ଫିଟନେସ୍‌ ପ୍ରଶଂସକଙ୍କୁ ଦିଓ୍ଵାନା କରିଥାଏ। ଆଉ ଏଭଳି ବଡି ପାଇବା ପାଇଁ ଅଭିନେତା ଦିନରାତି ପରିଶ୍ରମ କରନ୍ତି ଏବଂ ପ୍ରୋଟିନ୍ ଡାଏଟ୍ ନିଅନ୍ତି। ନିକଟରେ ବିଦ୍ୟୁତ୍‌ଙ୍କର ଏକ ପୋଷ୍ଟ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି, ଯେଉଁଥିରେ ସେ ବିନା ପୋଷାକରେ ନଜର ଆସିଛନ୍ତି। ମୁଣ୍ଡଠୁ ଗୋଡ଼ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଗୋଟିଏ ବି କପଡ଼ା ପିନ୍ଧି ନାହାନ୍ତି।

ବିଦ୍ୟୁତ ଜାମୱାଲ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଫଟୋଗୁଡ଼ିକ ସେୟାର କରିଛନ୍ତି। ଆଶ୍ଚର୍ଯ୍ୟର କଥା, ଫଟୋଗୁଡ଼ିକ ତାଙ୍କର କୌଣସି ରୁମ୍‌ର ନୁହେଁ, ବରଂ ଏକ ନିଛାଟିଆ ଜଙ୍ଗଲର। ସୋସିଆଲ ମିଡିଆରେ ଫଟୋ ଛାଡ଼ି ଅଭିନେତା ତାଙ୍କ ପ୍ରଶଂସକମାନଙ୍କୁ ଚକିତ କରିଦେଇଛନ୍ତି।

ଅଭିନେତା ତିନୋଟି ଫଟୋ ସେୟାର କରିଛନ୍ତି। ଗୋଟିଏରେ ସେ ଜଙ୍ଗଲରେ ବସିଥିବାର ନଜର ଆସିଛନ୍ତି। ଦ୍ୱିତୀୟ ଫଟୋରେ ସେ ନଦୀରେ ଗାଧୋଉଛନ୍ତି ଏବଂ ତୃତୀୟ ଫଟୋରେ ଜଙ୍ଗଲରେ କିଛି ଖାଦ୍ୟ ରାନ୍ଧୁଥିବାର ଦେଖାଯାଉଛନ୍ତି। ଫଟୋଗୁଡ଼ିକୁ ଦେଖିଲେ ସ୍ପଷ୍ଟ ଭାବରେ ବୁଝାପଡ଼ୁଛି ଯେ ଅଭିନେତା ପ୍ରକୃତିର ନିକଟତର ହେବାକୁ ଅଧିକ ପସନ୍ଦ କରନ୍ତି।

ସ୍ଥାନୀୟ ଜଣେ ମେଷପାଳକ ମୋହନ ସିଂ ବିଦ୍ୟୁତଙ୍କର ଏହି ଫଟୋ କ୍ଲିକ୍ କରିଛନ୍ତି। ଫଟୋ ସେୟାର କରି ଅଭିନେତା ଲେଖିଛନ୍ତି ଯେ ସେ ଗତ ୧୪ ବର୍ଷ ଧରି କ୍ରମାଗତ ଭାବରେ ଏହା କରିଆସୁଛନ୍ତି। ପ୍ରତିବର୍ଷ ପାଖାପାଖି ୭-୧୦ ଦିନ ସେ ଏକାକୀ ବିତାଇ ଥାଆନ୍ତି। କହି ରଖୁଛୁ, ଆଜି ଡିସେମ୍ବର ୧୦ରେ ବିଦ୍ୟୁତ୍‌ ଜାମୱାଲ ନିଜର ୪୩ତମ ଜନ୍ମଦିନ ପାଳନ କରୁଛନ୍ତି।

 

View this post on Instagram

 

A post shared by Vidyut Jammwal (@mevidyutjammwal)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.