କାମ ଚାଲିଥିବା ବେଳେ ଭୁଶୁଡିଲା ବ୍ରିଜର ପାଚେରୀ, ନିମ୍ମମାନର କାର୍ଯ୍ୟରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ

ଭୁଶୁଡିଲା କେନାଲ ଉପର ନିର୍ମାଣାଧୀନ ବ୍ରିଜର ପାଚେରୀ। ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ସାଳନ୍ଦୀ କେନାଲର ଉପରେ ନିର୍ମାଣାଧୀନ ବ୍ରିଜର କଟ ଅଫ ୱାଲ ଗତକାଲି ରାତିରେ ଭୁଶୁଡ଼ି ପଡ଼ିଛି। ସନ୍ତରାଗାଡ଼ିଆ ଠାରୁ ନୀଳଗିରି ଦେଇ ସାଳନ୍ଦୀ କେନାଲର ଅସ୍ତିଆ ଛକ ନିକଟରେ ଭୁଶୁଡ଼ିଛି ପାଚେରୀ।

ବାଲେଶ୍ବର (କେନ୍ୟୁଜ): ଭୁଶୁଡିଲା କେନାଲ ଉପର ନିର୍ମାଣାଧୀନ ବ୍ରିଜର ପାଚେରୀ। ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ସାଳନ୍ଦୀ କେନାଲର ଉପରେ ନିର୍ମାଣାଧୀନ ବ୍ରିଜର କଟ ଅଫ ୱାଲ ଗତକାଲି ରାତିରେ ଭୁଶୁଡ଼ି ପଡ଼ିଛି। ସନ୍ତରାଗାଡ଼ିଆ ଠାରୁ ନୀଳଗିରି ଦେଇ ସାଳନ୍ଦୀ କେନାଲର ଅସ୍ତିଆ ଛକ ନିକଟରେ ଭୁଶୁଡ଼ିଛି ପାଚେରୀ।

ଏଠାରେ ଏକ ବ୍ରିଜ ପାଇଁ ଦୁଇଟି କଟ ଅଫ ୱାଲ୍ ଓ ଚାରିଟି ପିଲାର କେନାଲ ମଧ୍ୟରେ ନିର୍ମାଣଧିନ ଅବସ୍ଥାରେ ରହିଛି। ଗତ କାଲି ବିଳମ୍ବିତ ରାତିରେ ପଶ୍ଚିମ ପାଖ କଟଅଫ ୱାଲ ଭୁଶୁଡି ପଡିଛି। ଅତ୍ୟନ୍ତ ନିମ୍ନମାନର କାର୍ଯ୍ଯରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଭବିଷ୍ୟତରେ ଯେପରି ଏଭଳି ପରିସ୍ଥିତି ନଘଟିବ ସେଥିପାଇଁ ଦୃଢ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.