ନୂଆ ବର୍ଷରେ କରନ୍ତୁ ଏହି ୫ଟି କାମ, ଦୂର ହେବ ଘରେ ଆର୍ଥିକ ସମସ୍ୟା

ସବୁ ଲୋକ ଚାହଁଥାନ୍ତି ଯେ ନୂଆ ବର୍ଷର ପ୍ରଥମ ଦିନଟି ତାଙ୍କର ଭଲ ଏବଂ ସୁଖମୟ ହେଉ ବୋଲି । ପ୍ରାୟତଃ ଲୋକ ନୂଆ ବର୍ଷର ଆରମ୍ଭ ମନ୍ଦିର ଯାଇ କରିଥାନ୍ତି । ତେବେ ଆପଣମାନେ ଶୁଣିଥିବେ ଯେ ଯଦି ନୂଆ ବର୍ଷର ପ୍ରଥମ ଦିନ ଭଲ ଯାଏ, ତାହେଲେ ପୂରାଟି ବର୍ଷ ଭଲରେ କଟିଥାଏ ।

ଆପଣମାନେ ତ ଜାଣିଥିବେ ଯେ ଚଳିତ ବର୍ଷ ୨୦୨୩ ଶେଷ ହେବା ପାଇଁ ବହୁତ କମ୍‌ ଦିନ ବାକି ରହିଛି । ତେବେ ନୂଆ ବର୍ଷର ସ୍ୱାଗତ କରିବା ପାଇଁ ସବୁ ଲୋକ ନୂଆ ନୂଆ ଯୋଜନା କରୁବାକୁ ଲାଗିଛନ୍ତି । ସବୁ ଲୋକ ଚାହଁଥାନ୍ତି ଯେ ନୂଆ ବର୍ଷର ପ୍ରଥମ ଦିନଟି ତାଙ୍କର ଭଲ ଏବଂ ସୁଖମୟ ହେଉ ବୋଲି । ପ୍ରାୟତଃ ଲୋକ ନୂଆ ବର୍ଷର ଆରମ୍ଭ ମନ୍ଦିର ଯାଇ କରିଥାନ୍ତି । ତେବେ ଆପଣମାନେ ଶୁଣିଥିବେ ଯେ ଯଦି ନୂଆ ବର୍ଷର ପ୍ରଥମ ଦିନ ଭଲ ଯାଏ, ତାହେଲେ ପୂରାଟି ବର୍ଷ ଭଲରେ କଟିଥାଏ । ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଯେ ୨୦୨୪ ବର୍ଷ ଆପଣଙ୍କ ପାଇଁ ଶୁଭ ହେଉ, ତେବେ ନିଶ୍ଚିତ ଭାବରେ ଜାନୁଆରୀ ୧ରେ ଏହି ପ୍ରତିକାରଗୁଡିକ କରିବାକୁ ଚେଷ୍ଟା କରନ୍ତୁ । ଯାହାଦ୍ୱାରା ଆପଣଙ୍କ ବର୍ଷ ଅତ୍ୟନ୍ତ ସୁଖମୟ ରହିବ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କ’ଣ ସବୁ କରିଲେ ଆପଣଙ୍କୁ ବର୍ଷ ଭଲ କଟିବ ।

ଘରକୁ ଏକ ବେଲପତ୍ର ଗଛ ଆଣନ୍ତୁ :
ଶାସ୍ତ୍ରରେ ରହିଛି ବେଲ ଗଛ ପୂଜନିୟ ଏବଂ ଫଳପ୍ରଦ ବୋଲି ବିବେଚନା କରାଯାଏ । ତେବେ ଭଗବାନ ଶିବଙ୍କର ବେଲପତ୍ର ଅତ୍ୟନ୍ତ ପ୍ରିୟ ବୋଲି କୁହାଯାଏ । ଏପରି ପରିସ୍ଥିତିରେ ନିଶ୍ଚିତ ଭାବରେ ନୂଆ ବର୍ଷ ବେଲପତ୍ର ଗଛକୁ ଘରକୁ ଆଣିବା ଉଚିତ । ଏହା ସହ ନୂଆ ବର୍ଷରେ ଏହି ଗଛକୁ ଉତ୍ତର ଦିଗରେ ଲଗାଇବା ଠିକ୍‌ ହୋଇଥାଏ । ଏପରି ଭାବେ ଭୋଳାନାଥଙ୍କ ଆଶୀର୍ବାଦ ବର୍ଷସାରା ଆପଣଙ୍କ ଘରେ ରହିଥାଏ । ଆହୁରି ମଧ୍ୟ ନକାରାତ୍ମକ ଶକ୍ତି କେବେ ଘରେ ପ୍ରବେଶ କରିବ ନାହିଁ ।

ନୂଆ ବର୍ଷରେ ଏହି ଜିନିଷ ନିଶ୍ଚିତ କିଣିବା ଉଚିତ :
ଏପରି ମଧ୍ୟ କୁହାଯାଏ ଯେ ମୟୂର ପୁଛ, ଧାତୁରେ ତିଆରି କଇଁଛ, ହସୁଥିବା ବୁଦ୍ଧ, ତୁଳସୀ ଗଛ, ନଡ଼ିଆ, ଧାତୁରେ ତିଆରି ହାତୀ, ଦକ୍ଷିଣାବର୍ତ୍ତି ଶଙ୍ଖ କିଣିବା ମଧ୍ୟ ନୂଆ ବର୍ଷରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଜିନିଷଗୁଡ଼ିକୁ ଘରକୁ ଆଣିବା ଦ୍ୱାରା ଘରର ଲୋକଙ୍କୁ ଆଶୀର୍ବାଦ ମିଳିଥାଏ । ସେହିପରି ଭାବେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ବର୍ଷସାରା ଆପଣଙ୍କ ପରିବାର ଉପରେ ରହିଥାଏ ।

ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ :
ନୂତନ ବର୍ଷରେ ଜାନୁଆରୀ ୧ରେ ଆପଣ ସକାଳୁ ଉଠ ସ୍ନାନ କରି ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ମିଳିବା ସହ ଭଗବାନ ସୂର୍ଯ୍ୟ ଆପଣଙ୍କୁ ଏକ ସୁସ୍ଥ ଶରୀର, ସୁଖ ଏବଂ ସମୃଦ୍ଧତା ସହିତ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି ।

ଭଗବାନ ଶିବଙ୍କୁ ପୂଜା କରନ୍ତୁ :
ତେବେ ସୋମବାର ଠାରୁ ନୂଆ ବର୍ଷ ୨୦୨୪ ଆରମ୍ଭ ହେଉଛି । ଏଭଳି ପରିସ୍ଥିତିରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳାଫଳ ମିଳିବ । ବାସ୍ତବରେ ସୋମବାର ଭୋଳାନାଥଙ୍କୁ ଉତ୍ସର୍ଗ କରାଯାଇଛି । ତେଣୁ ଜାନୁୟାରୀ ୧ରେ ଭଗବାନ ଶିବଙ୍କ ରୁଦ୍ରବିଷେକ କର ଏବଂ ଶିବ ମନ୍ତ୍ର ଜପ କର । ଯାହା ଦ୍ୱାରା ଶୁଭଫଳ ବର୍ଷସାରା ଆପଣଙ୍କ ଘରେ ବର୍ଷା ହେବ । ଏହା ସହ ଆପଣଙ୍କ ପରିବାର ଖୁସିରେ ରହିବ ।

ନୂଆ ବର୍ଷରେ ଘରକୁ ରୂପା ମୁଦ୍ରା ଆଣିବା ପାଇଁ କରନ୍ତୁ ଏହି ଉପାୟ :
ଏହି ଦିନରେ ଏକ ରୂପା ମୁଦ୍ରାରେ ହଳଦୀ ଲଗାନ୍ତୁ, ଏହାକୁ ଏକ ନାଲି କପଡ଼ାରେ ବାନ୍ଧି ସୁରକ୍ଷିତ ସ୍ଥାନରେ ରଖନ୍ତୁ । ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀ ଆପଣଙ୍କ ଘରେ ଶୁଭଫଳ ଏବଂ ଧନର ଆଶୀର୍ବାଦ କରିଥାନ୍ତି । ତେବେ ଏପରି କରିବା ଦ୍ୱାରା ଆପଣ ଆଗାମୀ ବର୍ଷରେ ନିଜ ଘର ପରିବାର ସହ ଖୁସିରେ ରହିପାରିବେ । ଏହାସହ ସମସ୍ତ ପ୍ରକାରର ଅସୁବିଧା ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.