‘ଆନିମଲ’ର ସକ୍ସେସ ପରେ ଚମକିଲା ଏହି ସୁନ୍ଦରୀଙ୍କ ଭାଗ୍ୟ, ବଢ଼ିଲେ ଖୁବ୍ ଫ୍ୟାନ ଫଲୋଅର୍ସ

ଡିସେମ୍ବର ୨ରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ 'ଆନିମଲ' ପାଇଁ ତୃପ୍ତି ଡିମରି ଏବେ ହେଡଲାଇନରେ ଅଛନ୍ତି । ଫିଲ୍ମ 'ଆନିମଲ'ରେ ଇଣ୍ଟିମେଟ ସିନ୍ ଦେବା ପରେ ତୃପ୍ତି ଡିମରିଙ୍କ ଫଲୋର୍ସ ଦ୍ୱିଗୁଣିତ ହୋଇଛନ୍ତି ।

ସନ୍ଦୀପ ରେଡ୍ଡୀଙ୍କ ଫିଲ୍ମ ‘ଆନିମଲ’ ରିଲିଜ ହେବା ପରଠାରୁ ଅଭିନେତ୍ରୀ ତୃପ୍ତି ଡିମରି ଖୁବ ଚର୍ଚ୍ଚାରେ ଅଛନ୍ତି । ଯେବେଠାରୁ ଏହି ଫିଲ୍ମରେ ଦର୍ଶକମାନେ ଅଭିନେତ୍ରୀଙ୍କ ଇଣ୍ଟିମେଟ ସିନ୍ ଦେଖିଛନ୍ତି ସେବେଠାରୁ ସମସ୍ତେ ତାଙ୍କ ଦିୱାନା ହୋଇଯାଇଛନ୍ତି । ଡିସେମ୍ବର ୨ରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ଆନିମଲ’ ପାଇଁ ତୃପ୍ତି ଡିମରି ଏବେ ହେଡଲାଇନରେ ଅଛନ୍ତି । ଫିଲ୍ମ ‘ଆନିମଲ’ରେ ଇଣ୍ଟିମେଟ ସିନ୍ ଦେବା ପରେ ତୃପ୍ତି ଡିମରିଙ୍କ ଫଲୋଅର୍ସ ଦ୍ୱିଗୁଣିତ ହୋଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ବର୍ତ୍ତମାନ ୨.୭ ମିଲିୟନ ଫଲୋଅର୍ସ ଅଛନ୍ତି । ଗତ ଚାରି ସପ୍ତାହ ମଧ୍ୟରେ ତୃପ୍ତି ଡିମରିଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସଙ୍କ ସଂଖ୍ୟା ୩୨୦ ପ୍ରତିଶତ ବୃଦ୍ଧି ପାଇଛି । ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତୃପ୍ତି ଡିମରିଙ୍କର ୨ ମିଲିୟନ ଫଲୋଅର୍ସ ବଢିଯାଇଛନ୍ତି । ଯାହାଦ୍ୱାରା ଏବେ ତାଙ୍କର ଫଲୋଅର୍ସ ସଂଖ୍ୟା ୨.୭ ମିଲିୟନ ହୋଇଯାଇଛି । ଗତ ମାସ ପର୍ଯ୍ୟନ୍ତ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ପ୍ରାୟ ୬୦୦,୦୦୦ ଥିଲା ।

ତୃପ୍ତି ଡିମରି କମେଡି ଫିଲ୍ମ ‘ବଏଜ’ (୨୦୧୭)ରୁ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ଏବଂ ରୋମାଣ୍ଟିକ ଡ୍ରାମା ‘ଲୈଲା ମଜନୁ’ (୨୦୧୮)ରେ ସେ ତାଙ୍କର ପ୍ରଥମ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସର୍ବାଧିକ ଆୟ କରୁଥିବା ଆକ୍ସନ୍ ଫିଲ୍ମ ‘ଆନିମଲ’ (୨୦୨୩)ରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବା ପୂର୍ବରୁ ତୃପ୍ତି ଡିମରି ‘ବୁଲବୁଲ୍’ (୨୦୨୦) ଏବଂ ‘କାଲା’ (୨୦୨୨) ଫିଲ୍ମରେ ଅଭିନୟ କରିଥିଲେ ।

ସୂଚନାଯୋଗ୍ୟ, ତୃପ୍ତି ଡିମରି ଏବଂ ରଣବୀରଙ୍କ ବ୍ୟତୀତ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ‘ଆନିମଲ’ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦନା, ବବି ଦେଓଲ ଏବଂ ଅନିଲ କପୁର ନଜର ଆସିଛନ୍ତି । ତୃପ୍ତିଙ୍କ ଆଗାମୀ ପ୍ରୋଜେକ୍ଟଗୁଡ଼ିକ ମଧ୍ୟରେ ଏକ ଫିଲ୍ମ ଭିକି କୌଶଲଙ୍କ ସହ ମଧ୍ୟ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.