Below header

ଭିସ୍ତାରାର ଷଷ୍ଠ ବାର୍ଷିକୀ ସେଲ୍‌ : ମାତ୍ର ୧୨୯୯ ରେ ମିଳୁଛି ବିମାନ ଟିକେଟ୍‌, ଆଜି ରାତି ପର୍ଯ୍ୟନ୍ତ ସମୟ

ନୂଆଦିଲ୍ଲୀ :  ଟାଟା ଗ୍ରୁପ୍‌ ଓ ସିଙ୍ଗାପୁର ଏୟାରଲାଇନ୍ସ ମିଳିତ ବିମାନ ସେବା କମ୍ପାନୀ ଭିସ୍ତାରା ଏୟାରଲାଇନ୍ସ ତା’ର ଉଡାଣ ସେବାର ୬ ବର୍ଷ ପୂରଣ କରିଛି । କମ୍ପାନୀ ତା’ର ଏହି ୬ ବର୍ଷର ସେବା ପୂର୍ତ୍ତି ଉପଲକ୍ଷେ ‘The Grand 6th Anniversary Sale’ ଘୋଷଣା କରିଛି । ଯାହାଦ୍ୱାରା କମ୍ପାନୀ ବହୁ କମ୍‌ ଟଙ୍କାରେ ବିମାନ ଟିକେଟ ଦେବାକୁ ଟ୍ଵିଟ୍‌ କରି ଘୋଷଣା କରିଛି ।

କମ୍ପାନୀ ଡୋମେଷ୍ଟିକ୍‌ ଟିକେଟ୍‌ ର ମୂଲ୍ୟ ୧୨୯୯ ଟଙ୍କାରୁ ଆରମ୍ଭ କରିଛି । ଟିକେଟ ବିକ୍ରିର ଶେଷ ତାରିଖ ଜାନୁଆରୀ ୯ ତାରିଖ ଅର୍ଦ୍ଧ ରାତ୍ର ଯାଏ ରହିଛି ବୋଲି କମ୍ପାନୀ କହିଛି । ଟିକେଟର ମୂଲ୍ୟ ବାଗଡୋଗରା ରୁ ଡେବ୍ରୁଗଡ଼ ପାଇଁ ୧୪୯୬ ଟଙ୍କା ରହିଥିବା ବେଳେ ପଟନା ରୁ ଦିଲ୍ଲୀ ଭଡ଼ା ରହିଛି ୨୨୪୬ ଟଙ୍କା । ସେହିପରି ଦିଲ୍ଲୀରୁ ଲକ୍ଷ୍ନୈା ପାଇଁ ଭଡ଼ା ରହିଛି ୧୮୪୬ ଟଙ୍କା । ଏହି ଟିକେଟ ଦ୍ୱାରା ଆପଣ ୨୫ ଫେବ୍ରୁଆରୀ ୨୦୨୧ ରୁ ୨୦୨୧ ସେପ୍ଟେମ୍ବର ୩୦ ଭିତରେ ଯାତ୍ରା କରିପାରିବେ ।

ଏୟାରଲାଇନ୍ସ ଏ ସମ୍ପର୍କରେ କହିଛି ଯେ ଆମର ସୁନ୍ଦର ୬ ବର୍ଷର ସେବା ଉପଲକ୍ଷେ ଆମେ ଏହି ଗ୍ରାଣ୍ଡ୍‌ ସେଲ୍‌ ରଖିଛୁ । ଆସନ୍ତା ମାସ ୧୮ ଫେବ୍ରୁଆରୀରୁ ଭିସ୍ତାରା ଦିଲ୍ଲୀରୁ ଜର୍ମାନ କୁ ତା’ର ଉଡାଣ ଆରମ୍ଭ କରିବ ବୋଲି ଘୋଷଣା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.