Below header

୨୬ବର୍ଷର ଏହି ସିରିଏଲ୍ କିଲରର ବୟାନ୍ . . କହିଲା, ଛାଡିଦେଲେ ପୁଣି କରିବି ହତ୍ୟା

୨୧ ଜାନୁଆରୀରେ ଯେବେ ବିଠଲ ଭଞ୍ଜତ୍ରୀକୁ ଗିରଫ କରାଗଲା , ସେତେବେଳେ ସେ କର୍ଣ୍ଣାଟକର ଗୁଲବର୍ଗା ଜିଲ୍ଲାର ଅଫଜଲପୁର ଗାଁକୁ ଯାଇଥିବା ମୁମ୍ବାଇ ପୋଲିସ୍ ଟିମ୍କୁ ଚମକାଇ ଦେଇଥିଲା । ସେ ବହୁତ ଶାନ୍ତିର ସହ ସମସ୍ତ ହତ୍ୟାକାଣ୍ଡ ବିଷୟରେ ପୋଲିସକୁ କହିଥିଲା । ଏବଂ କହିଥିଲା କି’ ତାକୁ ଯଦି ଛାଡିଦିଆଯାଏ ତେବେ ସେ ଆଉଥରେ ଲୋକମାନଙ୍କୁ ହତ୍ୟା କରିବା ଜାରି ରଖିବ।

crime1୨୬ବର୍ଷର ଭଞ୍ଜତ୍ରୀ ଯେଉଁମାନଙ୍କୁ ହତ୍ୟା କରିଛି ସେମାନଙ୍କ ମୁଣ୍ଡକୁ ଏକ ଶକ୍ତ ପଥରରେ ଛେଚି ହତ୍ୟା କରିଛି । ତେବେ ଏହି ସିରିୟଲ୍ କିଲରକୁ ୨୦୧୭ ମସିହାରୁ ପୋଲିସ୍ ଖୋଜୁଥିଲା । ଯାହା ବାନ୍ଦ୍ରା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା । ତେବେ ଭଞ୍ଜତ୍ରୀ ୫ଟି ହତ୍ୟା କରିଥିବା ମାନିନେଇଥିବାବେଳେ ସେମାନଙ୍କ ଭିତରୁ ପୋଲିସକୁ ୪ଜଣଙ୍କର ମୃତଦେହ ମିଳିସାରିଲାଣି ।

ଭଞ୍ଜତ୍ରୀ ପ୍ରଥମେ ୧୩ ଅକ୍ଟୋବର ୨୦୧୭ ମସିହାରେ ହତ୍ୟା କରିଥିଲା । ସେତେବେଳେ ଜମୁରା ନାମକ ଜଣେ ସାଥୀ ଶ୍ରମିକ ଭଞ୍ଜତ୍ରୀ ଏବଂ ତାର ଏକ ସାଙ୍ଗ ସୁରଜ ଉପରେ ମଜା କରିଥିଲା । ଯାହାକୁ ସହି ନପାରି ନିଶା ଚୁର୍ ହୋଇ ଜମୁରାର ମୁଣ୍ଡକୁ ପଥରେ ଛେଚି ଛେଚି ହତ୍ୟା କରିଥିଲା ।

crimeପ୍ରଥମ ହତ୍ୟା କରିବାର ଗୋଟେ ମାସରୁ କମ୍ ସମୟ ଭିତରେ ସେ ଆଉ ଏକ ହତ୍ୟା କରିଥିଲା । ତାର ଆଉ ଏକ ସାଥୀ ଶ୍ରମିକ ବଙ୍ଗାଲି ଭଞ୍ଜତ୍ରୀକୁ ଦୁର୍ବଳ ବୋଲି କହିଥିଲା । ଯାହାକୁ ସମାନ ଭାବେ ହତ୍ୟା କରିଥିଲା ଭଞ୍ଜତ୍ରୀ । ଏହି ହତ୍ୟା ସେ ୭ନଭେମ୍ବର ୨୦୧୭ରେ କରିଥିଲା ।

ଏହି ହତ୍ୟାକରିବା ପରେ ଭଞ୍ଜତ୍ରୀ ଅଫଜଲପୁର ପଳାଇଥିଲା । ଯେଉଁଠାରେ ତାର ଭାଇ,ଭଉଣୀ ରହୁଥିଲେ । ସେଠାରେ ତାର ଭାଇ ଭଣଣୀଙ୍କ ସହ ଗାଁର ଜଣେ ପଣ୍ଡିତଙ୍କ ସହିତ ଝଗଡା ହେବାର ଦେଖିବାକୁ ପାଇଥିଲା । ଘଟଣାର କିଛି ଦିନ ପରେ ୧୨ ନଭେମ୍ବର ୨୦୧୭ରେ ସେ ଉକ୍ତ ପଣ୍ଡିତ ଜଣଙ୍କୁ ହତ୍ୟା କରିଥିଲା । ଏହି ଘଟଣାର କିଛି ଦିନ ପରେ ୬ ଡିସେମ୍ବର ୨୦୧୭ରେ ଅଫଜଲପୁର ପୋଲିସ ଭଞ୍ଜତ୍ରୀକୁ ଗିରଫ କରିଥିଲେ । ପାଖାପାଖି ୧ବର୍ଷ ଜେଲରେ ରହିବାପରେ ଡିସେମ୍ବର ୨୦୧୮ରେ ଜାମିନରେ ଆସି ନିଜର ଆଉ ଏକ ହତ୍ୟାର ଷଡଯନ୍ତ୍ର ରଚିବା ସହ ମୁମ୍ବାାଇ ଚାଲିଯାଇଥିଲା ।

crime3ଭଞ୍ଜତ୍ରୀ ସବୁବେଳେ ନିଜକୁ ଅସୁରକ୍ଷିତ ଭାବୁଥିଲା କି ତାର ପ୍ରଥମ ଦୁଇଟି ହତ୍ୟାକାଣ୍ଡ ବିଷୟରେ ତା ସାଙ୍ଗ ସୁରଜ ଜାଣିଛି ଏବଂ  କାଳେ ସେ ଅନ୍ୟ କାହାକୁ ଏହି ବିଷୟରେ କହିଦବ । ଯାହାଫଳରେ ସେ ୨୦୧୮,୪ଜାନୁଆରୀ ଦିନ ସୁରଜକୁ ବାନ୍ଦ୍ରା ପାଇପ ଲାଇନ ପାଖକୁ ନେଇଯାଇଥିଲା । ଅନ୍ୟ ଏକ ସାଙ୍ଗ ସୁରେନ୍ଦ୍ର କୁମାର ସହିତ ମିଶି ସୁରଜ ସହିତ ଯୌନ ଶୋଷଣ କରିବା ପରେ ସେ ତାକୁ ହତ୍ୟା କରିଥିଲା ।

ତେବେ ଏହି ସବୁ ହତ୍ୟାକାଣ୍ଡ ଘଟାଇ ଥିବା ଭଞ୍ଜତ୍ରୀ ବର୍ତ୍ତମାନ ପୋଲିସ୍ କବଳରେ ଧରାପଡିଥିବାବେଳେ ସେ ଏନେଇ କହିଛି କି ଯେତେବେଳେ ତାକୁ ନେଇ ଯଦି କିଏ ମଜା କରେ ତେବେ ସେ ରାଗି ଯାଇଥାଏ ଏବଂ ମଦ ପିଇ ଉକ୍ତ ଲୋକର ହତ୍ୟା କରିଥାଏ । ତେବେ ହତ୍ୟାକାଣ୍ଡର ଶିକାର ଥିବା ବ୍ୟକ୍ତି ମାନେ ବିଶେଷ ଭାବେ ତାର ସାଙ୍ଗ ହିଁ ଥିଲେ । ଏହା ବ୍ୟତିତ ସେ ପୋଲିସକୁ କହିଛି କି ଯଦି ତାକୁ ଛାଡିଦିଆଯାଏ ତେବେ ସେ ପୁଣି ହତ୍ୟା କରିବ । ଯାହା ପୋଲିସଙ୍କୁ ଆଶ୍ଚର‌୍ୟ୍ୟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.