ନା ଜାତି, ନା ଧର୍ମ, ନା ଅଗ୍ନି ନା କନ୍ୟାଦାନ . . ସମ୍ବିଧାନକୁ ସାକ୍ଷୀ ରଖି ହେଲା ଏହି ନିଆରା ବିବାହ

ଭାରତରେ ବିବାହର ଅର୍ଥ ହେଉଛି ଦୁଇ ପରିବାରର ମିଳନ ପ୍ରଥମେ, ଦୁଇ ମଣିଷଙ୍କ ଜନ୍ମ ପରେ । ସହଜ ଶବ୍ଦରେ କହିବାକୁ ଗଲେ ଜାତି, ଧର୍ମ, ଗୋତ୍ର ଏବଂ ଆର୍ଥିକ ସ୍ଥିତି ପ୍ରଥମେ ଆସିଥାଏ । ଆଉ ପରେ ଆସିଥାଏ ପ୍ରେମ ।

ତେବେ ସମୟ ସାଥେ ଏହି ବିଚାର ମଧ୍ୟ ବଦଳିବାକୁ ଲାଗିଲାଣି । ଆଉ ଏହି ଚିନ୍ତାଧାରାକୁ ପରିବର୍ତ୍ତନ କରିବାରେ ସୋପାନ ଭଳି କାମ କରୁଛି କିଛି ନିଆରା ବିବାହ । ଯେମିତି କନ୍ୟା ଘୋଡା ଚଢି ବରଯାତ୍ରୀ ନେଇଯିବା ହେଉ ବା ଖୁବ୍ କମ୍ ଟଙ୍କାରେ ବିବାହ କରିବା ହେଉ । ଏସବୁ ପୁରୁଣା ପରମ୍ପରାକୁ ପରିବର୍ତ୍ତନ କରିବାରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେଭଳି ଏକ ନିଆରା ବିବାହ ହୋଇଥିଲା ଗତ ୨୬ ଜାନୁଆରୀରେ ।

marriage constitutionଏହି ଦମ୍ପତ୍ତି ହେଉଛନ୍ତି ପୁଣେର । ଯିଏ ନିଜ ଜାତିକୁ ସାଇଡ୍ କରି କରିଛନ୍ତି ବିବାହ । ଜାତି ବିନା ବିବାହ କରିବାକୁ ସତ୍ୟସୋଧକ କୁହାଯାଏ । ଆଉ ଏହାର ଆରମ୍ଭ କରିଥିଲେ ମହାତ୍ମା ଜ୍ୟୋତିରାବ ଫୁଲେ । ଏହି ସତ୍ୟସୋଧକ ବିବାହ ବିନା ପଣ୍ଡିତ ଏବଂ ବିନା ରୀତିନୀତିରେ ହୋଇଥାଏ ।

ବିବାହର ସମସ୍ତ ରୀତିନୀତି ଏବଂ ପରମ୍ପରା ପରିବର୍ତ୍ତନ କରି ସେ ସ୍ଥାନରେ ରଖିଥିଲେ ନିଜ ସିଦ୍ଧାନ୍ତ ଏବଂ ଚିନ୍ତାଧାରା ପୁଣେର ଦମ୍ପତ୍ତି ସଚିନ୍ ଆଶା ସୁଭାସ ଏବଂ ସରବରୀ ସୁରେଖା ଅରୁଣ । ଅଗ୍ନି ପରିବର୍ତ୍ତେ ସମ୍ବିଧାନକୁ ସାକ୍ଷୀ ରଖି ଗଣତନ୍ତ୍ର ଦିବସ ଦିନ ବିବାହ କରିଥିଲେ । ଉଭୟ ସମସ୍ତଙ୍କ ସାମ୍ନାରେ ନିଜ ଜାତି ଲୁଚାଇ ଥିଲେ । ସାତ ଫେରା ନୁହେଁ ବରଂ ସାତ ସିଦ୍ଧାନ୍ତ ସତ୍ୟ, ପ୍ରେମ, ଅହିଂସା, ପରିଶ୍ରମ ବିକାଶ, ବିବେକ ଏବଂ ସଦଭାବ ଆଧାରରେ କରିଥିଲେ ବିବାହ ।

କେବଳ ସେତିକି ନୁହେଁ ଜାତିବାଦରେ ବିଶ୍ବାସ ରଖୁନଥିବା ଏହି ଦମ୍ପତ୍ତି ବିବାହ ପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ଛପାଇନଥିଲେ । ବରଂ ସୋସିଆଲ୍ ମିଡିଆରେ ହିଁ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କାର୍ଡ ପଠାଇଥିଲେ । ଆଉ ବିବାହ ଉପହାରରେ ଅତିଥିଙ୍କୁ ମାଗିଥିଲେ ବହି । ପ୍ରାୟ ୧୨୦୦ ବହି ଉପହାରରେ ମିଳିଛି ସଚିନ୍ ଏବଂ ସରବରୀଙ୍କୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.