କୋରାପୁଟ ଗସ୍ତରେ ଯାଇ ତିନିଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ, ପଢନ୍ତୁ ଏଥର କିଏ ହେବେ ଲାଭବାନ୍

କୋରାପୁଟ : କୋରାପୁଟ ଗସ୍ତରେ ଯାଇ ତିନିଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ତେଲିଙ୍ଗିର ମଧ୍ୟମ ଜଳ ସେଚନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରାପୁଟ ଜିଲ୍ଲାର ପ୍ରମୁଖ ଜଳସେଚନ ପ୍ରକଳ୍ପ ତେଲିଙ୍ଗିରି ମଧ୍ୟମ ଜଳ ସେଚନ ପ୍ରକଳ୍ପ। ଏଥିପାଇଁ ଖର୍ଚ୍ଚ ହୋଇଛି ୧ହଜାର ୬କୋଟି ୪୫ ଲକ୍ଷ ଟଙ୍କା। ପ୍ରକଳ୍ପ ଯୋଗୁ ଜୟପୁର ବ୍ଲକର ୨ଟି ପଞ୍ଚାୟତ ଓ ବୋରିଗୁମା ବ୍ଲକର ୩୦ଟି ପଞ୍ଚାୟତର ୫୨ଟି ଗାଁର ୧୦ ହଜାରରୁ ଅଧିକ ଚାଷୀ ଉପକୃତ ହେବେ । ୧ ହଜାର ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦ ହଜାର ହେକ୍ଟର ଜମି ଜଳ ସେଚିତ ହେବ । ୧୪୭ କିଲୋମିଟରର କେନାଲ ଦ୍ୱାରା ଜଳ ସେଚନ କରାଯିବ। ଏହାସହ ବାଙ୍କବିଜାଠାରେ ବିଜୁ ଯୁବବାହିନୀ ସମାବେଶରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ଉମରକୋଟ ସାଧାରଣ ସଭାରେ କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଲେ କେନ୍ଦ୍ର ସରକାର କେବିକେ ଅନୁଦାନ ବନ୍ଦ କରିଛନ୍ତି । କିନ୍ତୁ ରାଜ୍ୟ ସରକାର କେବିକେ ଅଞ୍ଚଳର ବିକାଶରେ କାମ କରୁଛନ୍ତି । ବିକାଶ ଧାରାକୁ ବନ୍ଦ ହେବାକୁ ଦିଆଯିବନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟସେବା ପାଇଁ ବିଜୁ କେବିକେ ଯୋଜନା ଜାରି ରହିବ । ଏହାସହ ଉଠାଇଛନ୍ତି ‘‘SC/ST ଛାତ୍ରବୃତ୍ତି ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ଛାତ୍ରବୃତ୍ତି ବନ୍ଦ କରିଛି । ରାଜ୍ୟ ସରକାର କିନ୍ତୁ ବୃତ୍ତି ଦେଉଛନ୍ତି ଓ ଆଗକୁ ମଧ୍ୟ ଏହି ବୃତ୍ତି ଦିଆଯିବ। ଉମରକୋଟରେ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୧୦୯୭ କୋଟି ଟଙ୍କା ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ୧୯ କୋଟି ଟଙ୍କା ମୂଲ୍ୟରେ ୧୨ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଛନ୍ତି ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.