ଆଉ କମିବ ନାହିଁ ଭୋଟ ହାର, ଅନ୍ୟ ରାଜ୍ୟରେ ଥିଲେ ବି ଇ-ଭୋଟିଂରେ ଗୋଟିଏ ଟଚରେ ଭୋଟ ଦେଇ ପରିବେ ଭୋଟର
ନୂଆଦିଲ୍ଲୀ: ଏଣିକି ଭୋଟଦେବା ପ୍ରକ୍ରିୟା ହୋଇପାରେ ସହଜ। ଇ-ଭୋଟିଂ କରିବା ପାଇଁ ଯୋଜନା କରୁଛନ୍ତି ଭାରତର ନିର୍ବାଚନ ଆୟୋଗ । ଏମିତି ଏକ ଖବର ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଭାରତରେ ଅଧିକାଂଶ ଲୋକ ପ୍ରବାସୀ ହୋଇଥିବାରୁ ନିର୍ବାଚନ ବେଳେ ଭୋଟ ହାର କମୁଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ବେଲି ଜଣା ପଡିଛି। ଯଦି ଭୋଟର ସେହି ରାଜ୍ୟରେ ରହୁଥାନ୍ତି ଯେଉଁ ରାଜ୍ୟର ସେମାନେ ଅଧିବାସୀ ନୁହନ୍ତି ଅର୍ଥାତ ସେମାନେ ସେହି ରାଜ୍ୟର ପଞ୍ଜିକୃତ ଭୋଟର ନୁହନ୍ତି ତେବେ ଏଥିପାଇ ସେମାନଙ୍କୁ ନିରାଶ ହେବାକୁ ପଡିବ ନାହିଁ । କାରଣ ନିର୍ବାଚନ ଆୟୋଗ ଏହାକୁ ନଜରରେ ରଖି ଇ-ଭୋଟିଂ ଭଳି ସୁବିଧାର ଚିନ୍ତା କରୁଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋରା ଏବେ ଏହି ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଇଆଇଟି ଚେନ୍ନାଇର ସହଭାଗିତାରେ ଏହି ବ୍ୟବସ୍ଥାକୁ ବିକଶିତ କରାଯାଉଛି। ଏକ ତଥ୍ୟ ଅଧାରରେ ଭାରତର ୪୫ କୋଟି ଲୋକ ରୋଜଗାର ଓ ପାଠ ପଢା ନିମନ୍ତେ ଅନ୍ୟରାଜ୍ୟକୁ ଯାଇଥାନ୍ତି । ଏହି ପ୍ରବାସୀ ଭୋଟର ମାନେ ବାହାରେ ଥିବାରୁ ନିଜ ରାଜ୍ୟର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି ନାହିଁ। ଏଥିପାଇଁ ଭୋଟ ହାର କମିଥାଏ। ଏବେ ଯଦି ଏହି ଇ-ଭୋଟିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୁଏ ତେବେ ପ୍ରବାସୀ ଭୋଟରମାନେ ସହଜରେ ନିଜ ମତଦାନ ସାବ୍ୟସ୍ତ କରିପାରିବେ।
ଗୁଜୁରାଟରେ ୨୦୧୦ରେ ସ୍ଥନୀୟ ନିର୍ବାଚନରେ କରାଯାଇସାରିଛି ପ୍ରୟୋଗ
ନିର୍ବାଚନ କମିଶନ ଅଫିସର ଜଣେ ଅଧିକାରୀଙ୍କ କହିବା ମୁତାବକ ଏହି ଇ-ଭୋଟିଂର ପ୍ରୟୋଗ ସର୍ବପ୍ରଥମେ ଗୁଜୁରାଟର ସ୍ଥାନୀୟ ନିର୍ବାଚନରେ କରାଯାଇଥିଲା। ଏଥିରେ ରାଜ୍ୟର ପ୍ରତ୍ୟେକ ସ୍ଥାନର ୱାର୍ଡରେ ଇ-ଭୋଟିଂର ବିକଳ୍ପ ମତଦାତାଙ୍କୁ ଦିଆଯାଇଥିଲା । ଏହା ପରେ ୨୦୧୫ରେ ଗୁଜୁରାଟର ରାଜ୍ୟ ନିର୍ବାଚନ ଆୟୋଗ ଅହମ୍ମଦାବାଦ, ସୁରତ ସହିତ ଅନ୍ୟ ୬ଟି ଜାଗାରେ ଏହି ଇ-ଭୋଟିଂର ବ୍ୟବସ୍ଥା କରାଇଥିଲେ। କିନ୍ତୁ ବ୍ୟାପକ ପ୍ରଚାର ପ୍ରସାର ହୋଇପାରିନଥିବାରୁ ନିର୍ବାଚନରେ ୯୫.୯ ପଞ୍ଜିକୃତ ମତଦାତଙ୍କ ମଧ୍ୟରୁ ମାତ୍ର ୮୦୯ ଜଣ ମତଦାତା ଇ-ଭୋଟିଂ ମାଧ୍ୟମରେ ମତ ସାବ୍ୟସ୍ଥ କରିଥିଲେ ।
ମତଦାତା ପରାଚୟ ପତ୍ର ଆଧାରରେ ଯୋଡା ଯାଇଥିଲା ଏହି ଇ-ଭୋଟିଂ ସଫ୍ଟୱେର।
ଦେଶବ୍ୟାପି ସ୍ତରରେ ଇ-ଭୋଟିଂର ଲାଗୁ କରିବା ପାଇଁ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଓ.ପି ରାୱତଙ୍କ କାର୍ଯ୍ୟକାଳରେ ମତଦାତା ପ୍ରମାଣ ପତ୍ର ଆଧାରରେ ଯୋଡି Cdecର ସହଯୋଗରେ ଇ-ଭୋଟିଂ ସଫ୍ଟୱେରର ବିକଶିତ କରିବା ପାଇଁ ଯୋଜନାକୁ ଅଗକୁ ବଢାଇଥିଲେ। ଏହି ଯୋଜନରେ ଯୋଡି ହୋଇଥିବା ଜଣେ ଅଧିକାରୀଙ୍କ କହିବା କଥା ହେଲା ଆଧାରରେ ମତଦାତା ପ୍ରମାଣ ପତ୍ରର ଲିଙ୍କ୍ କରିବା ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିବା କାରଣରୁ ଏହି ଯୋଜନା ଲମ୍ବା ହୋଇଥିଲା ।
କିନ୍ତୁ ଏବେ ସୁପ୍ରିମ କୋର୍ଟ ଆଧାର ସମ୍ବନ୍ଧିତ ପୂର୍ବନିର୍ଦ୍ଧାରିତ ଗାଇଡ ଲାଇନ ଅନୁସାରେ ଏହି ମତଦାତା ପତ୍ର ଯୋଡିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଏବେ ଏହାକୁ ସାରା ଭାରତରେ ଲାଗୁ କରିବାକୁ ଚିନ୍ତା କରୁଛନ୍ତି ECI