ପୁଣି ଖାକି ଖାଇଲା ଲାଞ୍ଚ, ପୁରୀ ଟାଉନ ଥାନା ASIଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ

ପୁରୀ(କେନ୍ୟୁଜ୍): ଲାଞ୍ଚ ନେଇ ଧରା ପଡିଲେ ପୁରୀ ଟାଉନ ଥାନାର ଏଏସଆଇ ବିରଞ୍ଚି ରାଉଳ। ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ବିଭାଗ। ମିଳିଥିବା ସୂଚନା ମୁତାବକ ଗତକାଲି ଶ୍ରୀଯୁକ୍ତ ରାଉଳ ବିଜୟ କୁମାର ଖୁଣ୍ଟିଆ ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏକ କେସ ପାଇଁ ୩ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ଘଟଣାକୁ ବିଜୟ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଏହା ପରେ ଏଏସଆଇ ଶ୍ରୀଯୁକ୍ତ ଖୁଣ୍ଟିଆଙ୍କ ଧରିବା ପାଇଁ ଭୂବନେଶ୍ବର ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଯୋଜନା କରି ଶ୍ରୀଯୁକ୍ତ ଖୁଣ୍ଟିଆ ଲାଞ୍ଚ ନେଉଥିବା ବେଳେ ରେଡ ହାଣ୍ଡେଡ୍ ଧରିଥିଲେ । ଏହା ପରେ ଶ୍ରୀଯୁକ୍ତ ଖୁଣ୍ଟିଆଙ୍କ ହାତକୁ ପାଣିରେ ବୁଡାଇ କେମିକାଲ ପ୍ରୁଫ୍ କରାଇଥିଲେ। ଏବେ ଭିଜିଲାନ୍ସ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ଖୁଣ୍ଟିଆଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି। ଏହା ପରେ ସେ ୨୯ ଫେବୃଆରୀ ପର୍ଯ୍ୟନ୍ତ ଜୁଡିସିଆଲ କଷ୍ଟଡିରେ ରିମାଣ୍ଡରେ ରହିବେ ବୋଲି ଜଣା ପଡିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.