୧୭ ବର୍ଷରେ ପାଦ ଥାପିଛି କିଟ୍, ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆୟୋଜିତ ହେଲା ହୋମଯଜ୍ଞ
କେନ୍ୟୁଜ୍(ବ୍ୟୁରୋ): କିଟ୍ ବିଶ୍ୱବିଦ୍ୟାଳୟର ୧୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ପ୍ରତିବର୍ଷ ପରି ହୋମଯଜ୍ଞ ସହ ଆହୁତି ପ୍ରଦାନ କରଯାଇଥିଲା । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମେତ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରମୁଖ ଯୋଗଦେଇ ପୁଷ୍କାଞ୍ଜଳି ଓ ଆହୁତି ପ୍ରଦାନ କରିଥିଲେ । ଏଥିରେ କିଟ୍ ବିଶ୍ୱବିଦ୍ୟାଳୟର ସମସ୍ତ ପଦାଧିକାରୀ ଓ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ । ଚଳିତବର୍ଷ ଭାରତ ସରକାରଙ୍କ ପକ୍ଷରୁ କିଟ୍ ବିଶ୍ୱବିଦ୍ୟଳୟକୁ ଇନଷ୍ଟିଚ୍ୟୁଟ ଅଫ ଏମିନେନସ୍ ଟ୍ୟାଗ ପ୍ରଦାନ କରାଯାଇଥିବା ବେଳେ ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠାତା ଡକ୍ଟର ସାମନ୍ତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କିଟ୍ ବିଶ୍ୱବିଦ୍ୟାଳୟକୁ ଆହୁରୀ ଉଚ୍ଚରେ ପହଞ୍ଚାଇବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ ବୋଲି କହିଥିଲେ ।