ଘରକୁ ଫେରିବେ ଚୀନର ଉହାନରୁ ଫେରିଥିବା ଭାରତୀୟ, ଆସିଲା ୪୦୬ ଜଣଙ୍କ ଚୁଡାନ୍ତ ରିପୋର୍ଟ

ଚୀନ୍‌ର ଉହାନରୁ ଫେରି ଆଇଟିବିପି କ୍ୟାମ୍ପରେ ଥିବା ଭାରତୀୟଙ୍କ ମଧ୍ୟରୁ ୪୦୬ ଜଣଙ୍କ ଚୁଡାନ୍ତ ରିପୋର୍ଟ ଆସିଛି। ଏମାନଙ୍କ ମଧ୍ୟରୁ କେହି କରୋନା ଆକ୍ରାନ୍ତ ହୋଇ ନାହାନ୍ତି। ଆସନ୍ତାକାଲି ଠାରୁ ଏମାନେ ଘରକୁ ଫେରିବେ। ପର୍ଯ୍ୟାୟକ୍ରମେ ଏମାନଙ୍କୁ ଘରକୁ ଛଡ଼ାଯିବ ବୋଲି ଜଣାପଡିଛି। ଚୀନରେ କରୋନା ଭାଇରସ୍‌ ବ୍ୟାପିବା ପରେ ଦୁଇଟି ପର୍ଯ୍ୟାୟରେ ୬ଶହରୁ ଅଧିକ ଭାରତୀୟଙ୍କୁ ଉହାନ୍‌ରୁ ଫେରାଇ ଅଣାଯାଇଥିବା। ସମସ୍ତଙ୍କୁ ମାନେସାର ଆଇଟିବିପି କ୍ୟାମ୍ପରେ ରଖାଯାଇଥିଲା।

Image result for 406 indians who returned from china wuhan corona report

 

 

ସେପଟେ ଜାପାନ କ୍ରୁଜ୍‌ ଜାହାଜରେ ଥିବା ଥିବାର ଭାରତୀୟଙ୍କ ମଧ୍ୟରୁ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ପୂର୍ବରୁ ଜାହାଜରେ ଥିବା ୩ ଜଣ ଭାରତୀୟ ଭାଇରସ୍‌ ଆକ୍ରାନ୍ତ ହୋଇଥିଲେ। ଜାହାଜରେ ୧୩୮ ଜଣ ଭାରତୀୟ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୩୨ ଜଣ କ୍ରୀଉ ମେମ୍ବର ଓ ୬ ଜଣ ଯାତ୍ରୀ ଅଛନ୍ତି। ଏହି ଜାହାଜରେ ମୋଟ ୩ହଜାର ୭୧୧ ଜଣ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ରେ ପହଞ୍ଚିଛି। ଅନ୍ୟପଟେ ଚୀନରେ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢି ଚାଲିଛି। ୧୬ଶହ ଟପି ଯାଇଛି ମୃତ୍ୟୁ ସଂଖ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.