ବୁଲା କୁକୁର ଆକ୍ରମଣରେ ଓ୍ଵାଘ ବକରୀ ଚା’ ସିଇଓଙ୍କ ପରଲୋକ, ବ୍ରେନ ହାମରେଜ ଯୋଗୁଁ ମୃତ୍ୟୁ ସୂଚନା

ଅକ୍ଟୋବର ୧୫ ତାରିଖରେ ଇସ୍କନ ଅମ୍ବାଲୀ ରୋଡରେ ନିଜ ଘର ପାଖରେ ଚାଲୁଥିବା ବେଳେ ପରାଗଙ୍କୁ କିଛି ବୁଲା କୁକୁର ଭୁକିଥିଲେ । ଆଉ ବୁଲା କୁକୁର ଆକ୍ରମଣ କରିବା ଯୋଗୁଁ ତଳେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଦେଶର ପ୍ରମୁଖ ଚା କମ୍ପାନୀ ଓ୍ଵାଗ ବକରୀର ସିଇଓ ପରାଗ ଦେଶାଇଙ୍କ ପରଲୋକ ହୋଇଛି । ବୁଲା କୁକୁର କାମୁଡାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଏନେଇ କମ୍ପାନୀ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛି ।

ଖବର ମୁତାବକ, ଅକ୍ଟୋବର ୧୫ ତାରିଖରେ ଇସ୍କନ ଅମ୍ବାଲୀ ରୋଡରେ ନିଜ ଘର ପାଖରେ ଚାଲୁଥିବା ବେଳେ ପରାଗଙ୍କୁ କିଛି ବୁଲା କୁକୁର ଭୁକିଥିଲେ । ଆଉ ବୁଲା କୁକୁର ଆକ୍ରମଣ କରିବା ଯୋଗୁଁ ତଳେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବ୍ରେନ ହାମରେଜ ହୋଇଥିବା ଡାକ୍ତର କହିଥିଲେ । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଉ ଗତକାଲି ରାତିରେ ତାଙ୍କ ପରଲୋକ ହୋଇଥିବା ଖବର ମିଳିଛି ।

ପରାଗ ଓ୍ଵାଘ ବକରୀ ଚା’ ସହିତ ୧୯୯୫ରେ ସାମିଲ ହୋଇଥିଲେ । ସେତେବେଳେ କମ୍ପାନୀର କାରବାର ୧୦୦ କୋଟିର ଥିଲା । ପରାଗ ଦେଶାଇ ବାଘ ବକରୀ ଚା’ ବୋର୍ଡର ଦୁଇଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଥିଲେ । ଦଳର ବିକ୍ରୟ, ମାର୍କେଟିଂ ଏବଂ ରପ୍ତାନି ବିଭାଗର ମୁଖ୍ୟ ଥିଲେ ପରାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.