ଆପଣଙ୍କ ଲୋମଟାଙ୍କୁରୀ ଉଠିବ ବସ୍‌ ଦୁର୍ଘଟଣାର ଏହି ଗୋଟେ ଝଲକ ଦେଖିଲେ, ଥରେ ନିଶ୍ଚୟ ଦେଖନ୍ତୁ

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଲାଇଫ ଲାଇନ୍‌ କୁହାଯାଉଥିବା ବେଷ୍ଟ ବସ ଅତି ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍‌ ଦୁର୍ଘଟଣା କେତେ ଯେ ଭୟଙ୍କର ଥିଲା ତାହା ଆପଣ ଏ ଦୃଶ୍ୟରେ ଜାଣିପାରିବେ। ବିଶ୍ୱାସ କରନ୍ତୁ ଏହି ଦୃଶ୍ୟକୁ ଥରେ ଦେଖିବା ପରେ ଆପଣ ଆଉ ବସରେ ବସିବାକୁ ବି ଭୟ କରିବେ। ବସକୁ ଚଢ଼ିବା ପୂର୍ବରୁ ଆପଣଙ୍କୁ ମନେ ପଡିଯିବ ବସ୍‌ ଦୁର୍ଘଟଣାର ଏହ ଭୟଙ୍କର ଦୃଶ୍ୟ।

ଆପଣ ସ୍ପଷ୍ଟ ଦେଖିପାରିବେ ଯେ କେମିତି ଏକ ଦୃତଗତିରେ ଆସୁଥିବା ବସ୍‌ ପଛପଟୁ ଏକ ଡମ୍ପରକୁ ଅତି ଭୟଙ୍କର ଭାବେ ଧକ୍କା ଦେଉଛି। ରାସ୍ତା ଏକଦମ୍‌ ନର୍ମାଲ ଅଛି, ସବୁକିଛି ଏକଦମ୍‌ ଠିକଠାକ୍‌ ଅଛି, ଲୋକେ ଯିବା ଆସିବା କରୁଛନ୍ତି, ଗାଡି ମଟର ବି ଚାଲୁଛି କିନ୍ତୁ ହଠାତ୍‌ ସାଧାରଣ ଦେଖାଯାଉଥିବା ସ୍ଥିିତି ଅସାଧାରଣ ପାଲଟି ଯାଉଛି। ବସଟି ଟ୍ରକକୁ ଏତେ ଜୋରରେ ଧକ୍କା ଦେଲା ଯେ ସେଥିରେ ଥିବା ଜଣେ ଯାତ୍ରୀ ଛିଟକି ହୋଇ ତଳେ ପଡିଗଲେ। ବସରେ ଥିବା ଅନ୍ୟ ଯାତ୍ରୀ ତୁରନ୍ତ ବସରୁ ଓହ୍ଲାଇ ଧାଇଁବାକୁ ଲାଗିଲେ। କିନ୍ତୁ ଦୁଃଖର ବିଷୟ ଏୟା ଯେ ଲୋକେ ନିଜ ଜୀବନ ବିକାଳେ ଯିଏ ଯେଉଁଆଡେ ପାରିଲେ ଦଡିପଳାଉଛନ୍ତି କିନ୍ତୁ ବସ ଚକା ତଳେ ଖସିପଡିଥିବା ବ୍ୟକ୍ତିଙ୍କ ଉପରେ ଯେମିତି କାହାର ନଜର ପଡୁନି।

accidentତେବେ ମୁମ୍ବାଇ ଦାଦର ଅଞ୍ଚଳରେ ବୁଧବାର ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଗୁରୁତର ମାନଙ୍କ ମଧ୍ୟରୁ ତିନି ଜଣ ମହିଳା ଯାତ୍ରୀ ଥିବାବେଳେ ଆଉ ଦୁଇ ଜଣ ହେଉଛନ୍ତି ବ୍ରିହାନମୁମ୍ବାଇ ଇଲେକଟ୍ରିକ ସପ୍ଲାଏ ଆଣ୍ଡ ଟ୍ରାନ୍ସପୋର୍ଟ ବା ବେଷ୍ଟ ବସର ଡ୍ରାଇଭର ଏବଂ କଣ୍ଡକ୍ଟର। ଏହି ବସଟି ମରୋଲ ରୁ ଦକ୍ଷିଣ ମୁମ୍ବାଇର ପଇଧୋନି ଯାଉଥିଲା।

ଡାକ୍ତରଙ୍କ କହିବାନୁଯାୟୀ ଗୁରୁତର ମାନଙ୍କ ଅବସ୍ଥା ଏବେ ଗମ୍ଭୀର ରହିଛି। ତେବେ ଏ ଭିଡିଓରେ ଆପଣ ଦେଖିପାରୁଥିବେ ଯେ କେମିତି ଓଭର ବ୍ରିଜ୍‌ ତଳେ ଅତି ଦୃତ ଗତିରେ ଆସୁଥିବା ବସ୍‌ ପଛପଟୁ ଏକ ଡମ୍ପରକୁ ଜୋରଦାର ଭାବେ ଧକ୍କା ଦେଉଛି। ବସଟି ଏତେ ଜୋରରେ ଧକ୍କା ମାରିଲା ଯେ ସେଠାରେ ଏକଦମ୍‌ ଧୂଆଁମୟ ହୋଇଯାଉଛି। ଥରେ ନଜର ପକାନ୍ତୁ ଏ ଭୟଙ୍କର ଏବଂ ଲୋମଟାଙ୍କୁରା ଦୃଶ୍ୟ ଉପରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.