୩୫ କିଲୋମିଟର ପଛକୁ ଗଡ଼ିଲା ଜନଶତାବ୍ଦୀ ଏକ୍ସପ୍ରେସ୍‌, ଦେଖନ୍ତୁ ଭିଡିଓ

ଦ୍ରୁତ ଗତିରେ ପଛକୁ ଚାଲିଲା ଟ୍ରେନ୍‌ । ପାଖାପାଖି ୩୫ କିଲୋମିଟର ପଛକୁ ଗଡ଼ିଲା । ଦିଲ୍ଲୀରୁ ଉତ୍ତରାଖଣ୍ଡ ଟନକପୁର ଜିଲ୍ଲାକୁ ଯାଉଥିବା ଜନଶତାବ୍ଦୀ ଏକ୍ସପ୍ରେସ୍‌ ୩୫ କିଲୋମିଟରର ଅଧିକ ଦୂରକୁ ପଛକୁ ଯାଇଥିଲା । ଟ୍ରେନ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରେନ୍‌ଟି ପଛକୁ ଚାଲିଥିବା ସୂଚନା ମିଳିଛି । ରାଜଧାନୀ ଦିଲ୍ଲୀଠାରୁ ୩୩୦ କିଲୋମିଟର ଦୂର ଖତିମାରେ ଟ୍ରେନ୍‌ଟିକୁ ଅଟକାଯାଇଥିଲା । ତେବେ ଏହି ଘଟଣାରେ କୌଣସି ଯାତ୍ରୀ କ୍ଷତିଗ୍ରସ୍ତ ହୋଇନ ଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଦେଖନ୍ତୁ ଭିଡିଓ :

ରିପୋର୍ଟ ମୁତାବକ, ପୂର୍ଣ୍ଣାଗିରିଠାରେ ଜନଶତାବ୍ଦୀ ଏକ୍ସପ୍ରେସର ଡ୍ରାଇଭର ଟ୍ରାକ୍‌ରେ ଯାଉଥିବା ପଶୁକୁ ବଞ୍ଚାଇବାକୁ ଯାଇ ବ୍ରେକ୍‌ ମାରିଥିଲେ । ଏହା ପରେ ଟ୍ରେନ୍‌ ନିୟନ୍ତ୍ରଣ ହରାଇ ପଛକୁ ଗଡ଼ିବାକୁ ଆରମ୍ଭ କରିଥିଲା । ଟ୍ରେନ୍‌ ଅଟକାଯିବା ପରେ ଯାତ୍ରୀଙ୍କୁ ବସ୍‌ ଯୋଗେ ଟନକପୁର ପଠାଯାଇଥିଲା । ଏହି ଘଟଣା ଘଟିବା ପରେ ଟେକ୍ନିକାଲ ଟିମ୍‌ ଖତିମାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.