ହଜାର ହଜାର ବର୍ଷଧରି ବୈଜ୍ଞାନିକଙ୍କ ପାଇଁ ରହସ୍ୟ ଏହି ଗରମ ପାଣିର ଝରଣା

ଏହି ଦୁନିଆ ଅନେକ ରହସ୍ୟ ଓ ଆଶ୍ଚର୍ଯ୍ୟ କଲାଭଳି ସ୍ଥାନ ଦ୍ୱାରା ଭରପୁର ହୋଇ ରହିଛି । ଦୁନିଆରେ ଏପରି କିଛି ରହସ୍ୟ ରହିଛି ଯାହା ଆଜିବି ବୈଜ୍ଞାନିକମାନଙ୍କର ମୁଣ୍ଡବିନ୍ଧାର କାରଣ ହୋଇ ରହିଛି । ତେବେ ଆଜିଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଛି । ଏହା ହେଉଛି ତୁର୍କୀର ପମୁକକ୍କଲେରେ ବହୁଥିବା ଗରମ ପାଣିର ଝରଣା ଯାହାକି ସେଠାକାର ପାହାଡିଆ ଅଂଚଳରେ ରହିଛି । ପ୍ରାକୃତିକ ରୂପେ ଏଠାରେ ଅନେକ ସୁଇମିଙ୍ଗ ପୁଲ ରହିଛି ଯାହାକି ନିଜ ସୁନ୍ଦରତା ସହିତ ଲୋକମାନଙ୍କ ପାଇଁ ଏକ କୌତୁହଳପୂର୍ଣ୍ଣ ବିଷୟ ହୋଇ ରହିଛି ।

Image result for water remains a mystery for scientists this hot spring

କୁହାଯାଏ ଏଠାରେ ଏହି ଗରମ ପାଣିର ଝରଣା ହଜାର ହଜାର ବର୍ଷ ଧରି ରହିଛି । ଏଠାକାର ପାଣିର ତାପମାତ୍ରା 37 ଡିଗ୍ରୀରୁ 100 ଡିଗ୍ରୀ ମଧ୍ୟରେ ରହିଥାଏ । କୁହାଯାଏ ସୁଇମିଙ୍ଗ ପୁଲ ଭଳି ବନାଯାଇଥିବା ଏହି ଝରଣାରେ ଗାଧୋଇବା ମାତ୍ରେ ଦେହରୁ ସମସ୍ତ ପ୍ରକାର ରୋଗ ବିଶେଷକରି ଚର୍ମରୋଗ ସମ୍ପୂର୍ଣ୍ଣଭାବେ ଦୂର ହୋଇଥାଏ । ଏହି କାରଣରୁ ଏଠାରେ ଗାଧୋଇବା ପାଇଁ ଦୂରଦୂରାନ୍ତରୁ ଅନେକ ଲୋକ ଆସିଥାନ୍ତି ।

ଏଠାକାର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ଏଠାରେ ଥିବା ଗରମ ପାଣିର ସରୋବର ଆପେଆପେ ତିଆରି ହୋଇଛି କିମ୍ବା ଏହାକୁ କିଏ ତିଆରି କରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ଝରଣାର ପାଣିକୁ ନେଇ ଅନେକଥର ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ଗବେଷଣା କରିସାରିଛନ୍ତି । ଯେଉଁଥିରୁ ଜଣାପଡିଛି ଯେ ଏହି ପାଣିରେ ଥିବା ଖଣିଜପଦାର୍ଥ ବାହ୍ୟ ସଂସ୍ପର୍ଶରେ ଆସିବା ମାତ୍ରେ ଏଥିରେ କ୍ୟାଲସିୟମ ଓ କାର୍ବୋନେଟ ତିଆରି ହୋଇଥାଏ ଯାହାକି ହଜାର ହଜାର ବର୍ଷଧରି ଏହି ଝରଣା କୂଳରେ ଗଦା ହୋଇ ରହିଛି । ଏହି କାରଣରୁ ଝରଣାଟି ସରୋବରରେ ପରିଣତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.