ନିର୍ବାଚନ ପ୍ରଚାର ବେଳେ ବୃନ୍ଦାବନ ମାଙ୍କଡ଼ଙ୍କୁ ନେଇ କଣ କହିଲେ ହେମା ମାଳିନୀ, ଜାଣନ୍ତୁ

ମଥୁରା : ଉତ୍ତର ପ୍ରଦେଶ ମଥୁରା ଲୋକସଭା ଆସନରେ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ଅଭିନେତ୍ରୀ ହେମା ମାଳିନୀ । ଆଜି ସେ ବୃନ୍ଦାବନରେ ପ୍ରଚାର ବେଳେ ଏଠାରେ ମାଙ୍କଡ଼ଙ୍କ ଉତ୍ପାତ ପ୍ରସଙ୍ଗରେ କହିଥିଲେ । ହେମାଙ୍କ କହିବା କଥା ସେମାନେ ବା ଆଉ ଯିବେ କୁଆଡ଼େ । ଅବଶ୍ୟ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ସେମାନଙ୍କୁ ଫ୍ରୁଟି ଓ ସିଙ୍ଗଡ଼ା ଖାଇବାକୁ ଦେଇ ତାଙ୍କ ଅଭ୍ୟାସ ଖରାପ କରି ଦେଇଛନ୍ତି । ମାଙ୍କଡ଼ମାନଙ୍କୁ କେବଳ ଫଳ ଦେବା ଉଚିତ ବୋଲି ହେମା କହିଛନ୍ତି ।
ଦେଖନ୍ତୁ ହେମା ମାଳିନୀଙ୍କ ଭାଷଣର ଭିଡିଓ….
#WATCH Vrindavan: BJP MP Hema Malini at Sudama Kuti answers a question on monkey menace in the area. She says, “Coexistence hai na. Monkey kahan jaega? Problem kya hai, yahan aane waale yaatri Frooti dete hain, samosa de de ke unko kharab kar diya. Unko sirf phal dijiye.” pic.twitter.com/NJzJvEE6nA
— ANI UP (@ANINewsUP) April 11, 2019