Below header

କିଏ ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ? ଛିଡ଼ୁନି ଅଙ୍କ

କେନ୍ୟୁଜ୍(ବ୍ୟୁରୋ):  କିଏ ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ । ଛିଡ଼ୁନି ଅଙ୍କ । କଂଗ୍ରେସ ପାଇଁ ପୁଣି ମୁଖ୍ୟମନ୍ତ୍ରୀ ଝମେଲା । ରେସ୍‌ରେ ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂଙ୍କ ସମେତ ଏକାଧିକ ନେତା । ମୁଖ୍ୟମନ୍ତ୍ରୀ ହେବା ନେଇ ଖୋଲାଖୋଲି ଦାବି ଜଣାଇଛନ୍ତି ପ୍ରତିଭା ସିଂ । ତାଙ୍କ ସମର୍ଥକମାନେ ଆଜି ଶିମଲାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଭୁପେଶ ବାଘେଲଙ୍କ କାରକେଡ୍‌କୁ ଘେରିଥିଲେ । ପ୍ରତିଭା ସିଂଙ୍କ ସମର୍ଥନରେ ସ୍ଲୋଗାନ୍‌ ଦେଇଥିଲେ । କଂଗ୍ରେସ ଅଫିସ୍‌ ଆଗରେ ମଧ୍ୟ ନାରାବାଜି କରିଛନ୍ତି । ମୁଖ୍ୟମନ୍ତ୍ରୀ ରେସ୍‌ର ଆଗରେ ଅଛନ୍ତି ପ୍ରତିଭା ସିଂ । ଆଜି ହିମାଚଳ ପ୍ରଦେଶ ପ୍ରଭାରୀ ଓ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୂପେଶ ବାଘେଲ ପ୍ରତିଭାଙ୍କୁ ଭେଟିଥିଲେ ।

ପ୍ରତିଭା ସିଂ ହେଉଛନ୍ତି ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂଙ୍କ ପତ୍ନୀ। ସେ ହିମାଚଳ ପ୍ରଦେଶର ପିସିସି ମୁଖ୍ୟ । ଏବେ ସାଂସଦ ଅଛନ୍ତି। ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା ହିମାଚଳ ପ୍ରଦେଶ କଂଗ୍ରେସ। ପ୍ରତିଭା କହିଛନ୍ତି ବୀରଭଦ୍ରଙ୍କ ନାଁରେ ବିଜୟୀ ହୋଇଛି କଂଗ୍ରେସ । ତେଣୁ ତାଙ୍କ ପରିବାରକୁ ଅଣଦେଖା କରିପାରିବନି କଂଗ୍ରେସ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦ ନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପ୍ରଭାରୀ ଓ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ତେବେ ଏହା ପୂର୍ବରୁ ନବନିର୍ବାଚିତ କଂଗ୍ରେସ ବିଧାୟକଙ୍କ ବୈଠକ ହେବ । ବୈଠକରେ ନେତା ନିର୍ବାଚିତ କରିବେ ବିଧାୟକ । ହାଇକମାଣ୍ଡଙ୍କୁ ସୁପାରିସ କରାଯିବ । ହିମାଚଳ ପ୍ରଦେଶରେ ୬୮ ସିଟ୍‌ରୁ ୪୦ ସିଟ୍‌ରେ ବିଜୟୀ ହୋଇଛି କଂଗ୍ରେସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.