ଏମିତି କରନ୍ତୁ କଞ୍ଚା ଲଙ୍କାର ଉପାୟ, ନିଜର ଦୋଷ ସହ ଆର୍ଥିକ ଅସୁବିଧା ମଧ୍ୟ ହେବ ଦୂର

ଆମ ରୋଷେଇ ଘରେ ବ୍ୟବହାର ହେଉଥିବା ଏମିତି ଅନେକ ଜିନିଷ ରହିଛି, ଯାହାର ବ୍ୟବହାର ଯୋଗୁ ଖାଦ୍ୟର ସ୍ୱାଦ ବଢ଼ିଥାଏ । ହେଲେ ଏହାର ବ୍ୟବହାର ଯେ ଆପଣଙ୍କ ଭାଗ୍ୟ ଖୋଲି ଦେଇପାରେ ଆପଣ ବୋଧହୁଏ ଜାଣି ନଥିବେ । ଏହାର ପ୍ରୟୋଗ ଦ୍ୱାରା ଜୀବନର ବହୁ ସମସ୍ୟା ମଧ୍ୟ ଦୂର କରିପାରେ । ଯେପରି ଲବଙ୍ଗ, ଶୋରିଷ, ରସୁଣ, ଜିରା, ଅଳେଇଚ, ଡାଲଚିନି ଓ କଞ୍ଚାଲଙ୍କା ର ଉପାୟ ଜ୍ୟୋତିଷ ଶାସ୍ତ୍ରରେ ବହୁତ ଲାଭକାରୀ ହୋଇଥାଏ । କଞ୍ଚା ଲଙ୍କାର ଉପାୟ ଓ ତୁଟୁକା ଘରେ ଥିବା ବାସ୍ତୁ ଦୋଷ, ନଜର ଦୋଷଠୁ ଆରମ୍ଭ କରି ଆର୍ଥିକ ସମସ୍ୟା ମଧ୍ୟ ଦୂର କରିଥାଏ । ଆସନ୍ତୁ ଜାଣିବା କେମିତି କରିବେ କଞ୍ଚା ଲଙ୍କାର ପ୍ରୟୋଗ ।

କଞ୍ଚା ଲଙ୍କାର ଉପାୟ ଓ ପ୍ରୟୋଗ :

• ରୋଗ ଦୋଷ ଦୂର କରିବା ପାଇଁ – ଯଦି ଘରେ କେଉଁ ବ୍ୟକ୍ତି ଦୀର୍ଘ ଦିନ ଧରି ରୋଗରେ ପଡିଛନ୍ତି ଓ ସ୍ୱାସ୍ଥ୍ୟରେ ସୁଧାର ଆସୁନାହିଁ,ତେବେ ରୋଗୀର ମୁଣ୍ଡ ତଳେ ବା ତକିଆ ତଳେ ୫ କଞ୍ଚା ଲଙ୍କା ରଖନ୍ତୁ । ଏହାଦ୍ୱାରା ରୋଗୀର ସ୍ୱାସ୍ଥ୍ୟରେ ସୁଧାର ଆସିବ ।

• ଚାକିରି ଓ ବେପାରରେ ଲାଭ ପାଇଁ – ଚାକିରି ଓ ବେପାରରେ ଯଦି କିଛି ଅସୁବିଧା ଆସେ, ଆପଣ ଯେଉଁ ସ୍ଥାନରେ କାମ କରୁଛନ୍ତି ବା ଆପଣଙ୍କ ଡେସ୍କ ନିକଟରେ ୭ କଞ୍ଚା ଲଙ୍କା ରଖିଦିଅନ୍ତୁ । ହେଲେ ଲଙ୍କାକୁ ଏପରି ସ୍ଥାନରେ ରଖନ୍ତୁ ଯେପରି କାହାର ନଜର ଏହା ଉପରେ ନପଡିବ । ଏହାକୁ ଆପଣ କେଉଁଥିରେ ଢ଼ାଙ୍କିକରି ଡ୍ରରେ ମଧ୍ୟ ରଖିପାରିବେ ।

• ନଜର ଦୋଷ ଦୂର ପାଇଁ – ଛୋଟ ପିଲା ବା ବଡ ଲୋକଙ୍କୁ କାହାର ବି ଖରାପ ଦୃଷ୍ଟି ଲାଗିପାରେ । ଏଥିପାଇଁ ଆପଣ ଦୃଷ୍ଟି ପଡିଥିବା ଲୋକଙ୍କ ଉପରେ ୭ କଞ୍ଚା ଲଙ୍କା ଓଲଟା ଓ ସିଧା ଭାବେ ଘୁରାଇ ସଡକ ରେ ଫିଙ୍ଗି ଦିଅନ୍ତୁ । ଏହାଦ୍ୱାରା ନଜର ଦୋଷ ଦୂର ହେବ ।

• ବାସ୍ତୁ ଦୋଷ ଦୂର କରିବା ପାଇଁ – ଘରେ ନକରାତ୍ମକ ଶକ୍ତି ବା ବାସ୍ତୁ ଦୋଷ ହେବା ଦ୍ୱାରା କୌଣସି କାର୍ଯ୍ୟ ସମ୍ପନ୍ନ ହୋଇନଥାଏ । ଏଥିପାଇଁ ପ୍ରତିଦିନ ସକାଳେ କାଚ ଗ୍ଲାସ ବା କାଚ ଗିନାରେ ଏକ କଞ୍ଚା ଲଙ୍କା ପାଣିରେ ବୁଡାଇ ରଖନ୍ତୁ । ରାତିରେ ପାଣି ସହ କଞ୍ଚା ଲଙ୍କା ଫିଙ୍ଗି ଦିଅନ୍ତୁ । ଏମିତି ନିୟମିତ କରିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.