ସିନେମା ହଲ୍‌କୁ ଯାଇ ‘ପ୍ରତୀକ୍ଷା’ ଫିଲ୍ମ ଦେଖିଲେ କିସ୍‌ ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଦେଖିଥିଲେ କିସ୍ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ । ଆଜି ଅପରାହ୍ନରେ ପ୍ରତୀକ୍ଷା ଫିଲ୍ମର କାହାଣୀ ହେଉଛି ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ୍ତ ପରିବାରର ସ୍ବପ୍ନ । ନିରାଶା ଏବଂ ଆକାଂକ୍ଷା ଉପରେ ଆଧାରିତ କାହାଣୀ |

ଯଦିଓ କାହାଣୀଟି ମୁଖ୍ୟତଃ ଅସୁସ୍ଥ ପିତାଙ୍କ ସହିତ ଘଟିବାକୁ ଥିବା ଘଟଣା ଉପରେ ପର୍ଯ୍ୟବସିତ ତେବେ ସେହି ଗୋଟିଏ ଦିଗ ଉପରେ ଏହା ସୀମିତ ନୁହେଁ । ଚଳଚ୍ଚିତ୍ରରେ ଏକ ସମାନ୍ତରାଳ ଥିମ୍ ମଧ୍ୟ ରହିଛି । ଏହି ଚଳଚ୍ଚିତ୍ରଟି ଭୁବନେଶ୍ବରରେ ସୁଟିଂ କରାଯାଇଛି ।

କାହାଣୀଟି ରାଜଧାନୀ ଭୁବନେଶ୍ବର ଆଧାରିତ ହୋଇଥିବାରୁ ପ୍ରାମାଣିକ ଲୁକ୍ ଏବଂ ଅନୁଭବ ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଛି । ଚଳଚ୍ଚିତ୍ର ପ୍ରତୀକ୍ଷାର ପ୍ରମୁଖ ଭୂମିକାରେ ଅଛନ୍ତି ଦୀପାନ୍ବିତ ଦାସ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ,ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ, ସୁଶୀଲ ମିଶ୍ର, ରୋଶନ ବିଶୋଇ, ଦୀପକ ଉପାଧ୍ୟାୟ ପ୍ରମୁଖ । ସ୍ବତନ୍ତ୍ର ଭୂମିକାରେ ଆସିଛନ୍ତି ଓଲିଉଡ୍‌ର ଭେଟେରାନ୍‌ ଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ରୋଷନ ବିଷୋୟୀ ଏବଂ କ୍ୟାମେରା ପରିଚାଳନା କରିଛନ୍ତି ଦୀପକ କୁମାର ।

ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ। ଆଶିଷ ପ୍ରଧାନ, ବିକାଶ ରଥ, ହ୍ୟୁମାନ ସାଗର,ଏବଂ ବିଶ୍ବଜିତ୍ ମହାପାତ୍ର ପ୍ରମୁଖ ଗୀତଗୁଡ଼ିକ ଗାଇଛନ୍ତି। ଅଧିକାଂଶ ନୂଆ କଳାକାର ଏଥିରେ ରହିଥିବା ବେଳେ ଏହି ସିନେମା ସହ ସଂପୃକ୍ତ ଅନ୍ୟମାନେ ମଧ୍ୟ ପ୍ରାୟ ନୂଆ ମୁହଁ ।

ତେବେ କିସ୍‌ର ଛାତ୍ର ଛାତ୍ରୀମାନେ ଚଳଚିତ୍ରଟିକୁ ଦେଖି ଖୁବ୍ ଖୁସି ହୋଇଥିଲେ । ସେମାନଙ୍କୁ ଏହି ସୁଯୋଗ ଦେଇଥିବାରୁ ଛାତ୍ର ଛାତ୍ରୀମାନେ ପ୍ରତୀକ୍ଷା ଫିଲ୍ମର ଟିମ୍‌୍‌କୁ ଧନ୍ୟବାଦ ଜଣାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.