Below header

କରୋନାର ୪ର୍ଥ ଲହରରୁ ସୁରକ୍ଷିତ ରହିବା ପାଇଁ WHO ଦେଲା ବଡ଼ ଚେତାବନୀ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ ଆସିଛି ଏକ ବଡ଼ ସୂଚନା । ଡେଲଟା ଭାରିଏଣ୍ଟକୁ ନେଇ ସାରା ଦୁନିଆକୁ ଚେତାବନୀ ଦେଇଛି WHO । କୋଭିଡ ୧୯ର ଡେଲଟା ଭାରିଏଣ୍ଟକୁ ନେଇ ସମସ୍ତେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଖାମଖିଆଲି ମନୋଭାବ ସାରା ବିଶ୍ୱକୁ ଭୋଗିବାକୁ ପଡିବ ବୋଲି କୁହାଯାଇଛି ।

ଡେଲଟା ଭାରିଏଣ୍ଟ ମାମଲା ଏବେ ୧୩୨ ଦେଶରେ ଦେଖିବାକୁ ମିଳିଛି । ଏହା ପାଇଁ କିଛି ଜଣଙ୍କର ମୃତ୍ୟୁ ମଧ୍ୟ ହେଲାଣି । WHO ପକ୍ଷରୁ କୁହାଯାଇଛି ଯେ, ଏହା ଏକ ପ୍ରକାରର ଚେତାବନୀ । କାରଣ ଡେଲଟା ଭାଇରସ କରୋନା ଭାଇରସର ସଂକ୍ରମଣକୁ ବିକାଶ କରିବାରେ ସାହାଯ୍ୟ କରିବ । ତେଣୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ । ତେବେ WHO ର ୬ଟି କ୍ଷେତ୍ରରୁ ମୋଟ ୫ଟି କ୍ଷେତ୍ରରେ ଗତ ୪ସପ୍ତାହରେ ମାମଲା ପାଖାପାଖି ୮୦% ବଢ଼ିଥିବାର ସୂଚନା ମିଳିଛି ।

WHO ର ଆପାତ ନିର୍ଦ୍ଦେଶକ ମାଇକଲ ରୟାନଙ୍କ କହିବା ଅନୁଯାୟୀ, ଡେଲଟା ଭାଇରସର ସଂକ୍ରମଣ ଅନେକ ଦେଶକୁ ଚିନ୍ତାରେ ପକାଇଛି । କିନ୍ତୁ ଏହାର ଟ୍ରାନ୍ସମିଶନକୁ ନିୟନ୍ତ୍ରଣ ରଖିବା ପାଇଁ ନିଆଯାଉଥିବା ପଦକ୍ଷେପ ଅନେକ ମାତ୍ରାରେ ସାହାଯ୍ୟ କରୁଛି । ବିଶେଷ ରୂପେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ଆଦି ମୁଖ୍ୟ ନିୟମ ଯାହାକୁ ମାନିବା ଆବଶ୍ୟକ । ଏହାକୁ ମାନିବା ଦ୍ୱାରା ହିଁ ଡେଲଟା ଭାରିଏଣ୍ଟକୁ ରୋକାଯାଇପାରିବ ।

କରୋନାର ୪ର୍ଥ ଲହରରୁ ବଞ୍ଚିବା ପାଇଁ କଡାକଡ଼ି ଭାବେ ଲାଗୁ ହେବ ନିୟମ । ଏହାକୁ ନେଇ WHO ପ୍ରସ୍ତୁତି ଆରମ୍ଭ କରିଛି । ମଧ୍ୟ-ପୂର୍ବ ଦେଶରେ ଏହାର ମାମଲା ସାମ୍ନାକୁ ଆସିଛି । ଏହା କାରଣରୁ କରୋନାର ମାମଲା ମଧ୍ୟ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.