ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୫୭୮ ପଜିଟିଭ୍‌ ଚିହ୍ନଟ, ୬୮ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୫୭୮ ପଜିଟିଭ୍‌ ଚିହ୍ନଟ । ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ପଜିଟିଭିଟି ରେଟ୍‌ ରହିଛି ୨.୧୮ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୦୫ ପ୍ରତିଶତ । ୨୪ ଘଣ୍ଟାରେ ୭୨ ହଜାର ୨୩୩ ଟେଷ୍ଟିଂ ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ସଂକ୍ରମିତ ହୋଇଛନ୍ତି । କଟକରୁ ୨୧୨, ଜଗତସିଂହପୁରରୁ ୧୧୩, ପୁରୀରୁ ୧୦୯ ଓ ବାଲେଶ୍ୱରରୁ ୭୮ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୬ ହଜାର ୩୮୪ । ୨୬ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟରେ ବଢୁଛି ଗ୍ରୀନ୍‌ ଜୋନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.