ସନ୍ତାନ ପାଇଁ ସ୍ତ୍ରୀ ହତ୍ୟା କଲା ସ୍ବାମୀକୁ, ଏହା ପଛର କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ନାଲାସୋପାରାରେ ଜଣେ ମହିଳା ପ୍ରଣାଳୀଙ୍କୁ ତାଙ୍କ ପତିଙ୍କୁ ମାରିବା ଘଟଣାରେ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ ମହିଳା ଜଣକ ଆଉ ଏକ ସନ୍ତାନ ଚାହୁଁନଥିଲେ, କିନ୍ତୁ ଏଥିରେ ତାଙ୍କ ସ୍ବାମୀ ତାଙ୍କୁ ସମସ୍ୟା ଦେଉଥିବାରୁ ହତ୍ୟା କରିଥିବା କଥା ଗତ ବୁଧବାର ଦିନ ମହିଳା ଜଣକ ପୋଲିସ ଆଗରେ କହିଛନ୍ତି।
ପ୍ରଣାଳୀଙ୍କୁ ୩୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ପ୍ରଣାଳୀଙ୍କ କହିବା ଅନୁଯାୟୀ, ସେ ଯେତେବେଳେ ଏକ ପୁତ୍ର ସନ୍ତାନ ଜନ୍ମ କରିବାକୁ ଚାହୁଁଥିଲେ, ସେତେବେଳେ ତାଙ୍କ ପତି ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଚାହୁଁଥିଲେ। ଏହା ପୂର୍ବରୁ ତାଙ୍କ ପତି କାର୍ଯ୍ୟ ସ୍ଥଳରେ ଅନ୍ୟ କାହା ସହ ସମ୍ପର୍କ ରଖିବା କଥା ତାଙ୍କୁ ଅଧିକ ସମସ୍ୟାରେ ପକାଇଥିବା କଥା ସେ ପୋଲିସ୍ ଆଗରେ କହିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରଣାଳୀ ଗତ ବୁଧବାର ଦିନ ନିଜ ପତି ସୁନୀଲ (୩୬) ଙ୍କୁ ତାଙ୍କ ନାଲାସୋପାରା ଫ୍ଲାଟରେ ପାଖାପାଖି ୫.୩୦ ମିନିଟରେ ସମୟରେ ନିଜ ବେଡ ରୁମ୍ କୁ ରୋଷେଇ ଘର ଛୁରୀ ଆଣି ୧୧ଥର ଛୁରୀ ଭୁସିଥିଲେ।