Below header

ଟ୍ଵିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ! ପୋଲ୍ ମାଧ୍ୟମରେ ୟୁଜର୍ସଙ୍କୁ ପଚାରିଲେ ପ୍ରଶ୍ନ

କେନ୍ୟୁଜ୍: ଟ୍ଵିଟରର ସିଇଓ ପଦ ଛାଡ଼ିବେ କି ଏଲନ ମସ୍କ ? ପୂର୍ବରୁ ପୋଲ୍ ମାଧ୍ୟମରେ ବଡ଼ ବଡ଼ ନିଷ୍ପିତି ନେଉଥିବା ମସ୍କ ପୁଣି ପୋଲରେ ୟୁଜର୍ସଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି । ଟ୍ଵିଟର ସିଇଓ ପଦ ଛାଡ଼ିବେ କି ବୋଲି ୟୁଜର୍ସଙ୍କୁ ମସ୍କ ପ୍ରଶ୍ନ ପଚାରିଛନ୍ତି । ଯାହା ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୋଲର ରେଜଲ୍ଟ ଅନୁଯାୟୀ ପ୍ରତିଶୃତି ପାଳନ କରିବେ ବୋଲି ମସ୍କ କହିଛନ୍ତି । ପୋଲ୍ ଅନୁଯାୟୀ ୫୬ ପ୍ରତିଶତ ଲୋକ ପୋଲରେ ପଦ ଛାଡ଼ିବା କଥା କହିଥିବା ବେଳେ ୪୩.୫ ପ୍ରତିଶତ ଲୋକ ପଦ ନଛାଡ଼ିବା ପାଇଁ ଅପିଲ କରିଛନ୍ତି । ଏହା ପୂର୍ବରୁ ଅନୁମାନ କରାଯାଉଥିଲା କି ଟ୍ଵିଟର ସିଇଓ ପଦକୁ ନେଇ ମସ୍କ କିଛି ବଡ଼ ନିଷ୍ପତି ନେଇ ପାରନ୍ତି ।

ମସ୍କ ନିଜେ କହିଥିଲେକି ଟ୍ଵିଟର ସିଇଓ ପଦ ପାଇଁ ସେ ଅନ୍ୟ କାହାକୁ ଖୋଜୁଛନ୍ତି । ମସ୍କ କହିଛନ୍ତି ଟ୍ଵିଟରକୁ ସମୟ ଦେବା ଫଳରେ ଟେଶଲାକୁ ସମୟ ଦେଇ ପାରୁନାହାଁନ୍ତି । ଏବେ ଦେଖିବାର ବାକି ରହିଲା ଟ୍ଵିଟରର ସିଇଓ ଭାବେ କେହି ନୂଆ ମୁହଁ ଆସୁଛନ୍ତି ନା ମସ୍କ କିଛି ବଡ଼ ନିଷ୍ପତି ନେଉଛନ୍ତି । ମସ୍କଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.