Below header

ପୁଣି ସସପେନ୍ସ : ନିର୍ଭୟାଙ୍କ ଚାରି ନର ରାକ୍ଷସ କାଲି ଫାଶୀ ଖୁଣ୍ଟରେ ଝୁଲିବେ କି ନାହିଁ? ଆସନ୍ତୁ ଜାଣିବା କେଉଁ ଦୋଷୀ ପାଖରେ କଣ ରହିଛି ଲାଇଫ୍‌ ଲାଇନ୍‌

ନୂଆଦିଲ୍ଲୀ: କାଲି ଫାଶୀ । ଝୁଲିବେ ନିର୍ଭୟାଙ୍କ ଚାରି ନର ରାକ୍ଷସ । ଫାଶୀ ଟାଳିବାକୁ ଆଉ ସମୟ ଦିଆଯିବନି । ଡେଥ୍‌ ଓ୍ଵାରେଣ୍ଟ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ । ଫାଶୀ ଉପରେ ସ୍ଥଗିତାଦେଶ ପାଇଁ ଆବେଦନ କରିଥିଲେ ଅକ୍ଷୟ ଓ ପଓ୍ଵନ । ସେପଟେ ଫାଶୀ ଫନ୍ଦାରୁ ବର୍ତ୍ତିବା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଛି ନିର୍ଭୟାଙ୍କ ଦୋଷୀ ପଓ୍ଵନ ଗୁପ୍ତା । ଆଜି ତାର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କରିଥିଲେ ସୁପ୍ରିମକୋର୍ଟ ।

nirbhayaଏବେ ଆସନ୍ତୁ ନଜର ପକାଇବା ନିର୍ଭୟାଙ୍କ କେଉଁ ଦୋଷୀ ପାଖରେ କଣ ରହିଛି ଲାଇଫ୍‌ ଲାଇନ୍‌:

-ପଓ୍ଵନ ଗୁପ୍ତାର ପୁନର୍ବିଚାର ଆବେଦନ ଓ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହୋଇ ସାରିଛି । ଏବେ ବିକଳ୍ପ ରାଜକ୍ଷମା । ସେ ରାଜକ୍ଷମା ଆବେଦନ କରିଛି ।

-ସେହିପରି ବିନୟ ଶର୍ମାର ସମସ୍ତ ଆଇନ ଗତ ବିକଳ୍ପ ଶେଷ ହୋଇଛି । ୨୦୧୮ ଜୁଲାଇ ମାସରେ ପୁନର୍ବିଚାର ଆବେଜନ ଖାରଜ ହୋଇଥିବା ବେଳେ ଗତ ଜାନୁଆରୀରେ ତାର କ୍ୟୁରେଟିଭ୍‌ ପିଟିସନ୍‌ ଓ ରାଜକ୍ଷମା ଆବେଦନ ଖାରଜ ହୋଇଥିଲା ।

-ଅକ୍ଷୟ ଠାକୁରର ପୁନର୍ବିଚାର ଆବେଜନ ୨୦୧୯ ଡିସେମ୍ବରରେ ଖାରଜ ହୋଇଥିବା ବେଳେ ଗତ ଜାନୁଆରୀରେ ଖାରଜ ହୋଇଥିଲା କ୍ୟୁରେଟିଭ୍‌ ପିଟିସନ୍‌ ଓ ରାଜକ୍ଷମା ଆବେଦନ ।

-ଅନ୍ୟପଟେ ଦୋଷୀ ମୁକେଶ ସିଂର ୨୦୧୮ ଜୁଲାଇରେ ପୁନର୍ବିଚାର ଆବେଜନ ଖାରଜ କରିଥିଲେ କୋର୍ଟ । କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ପରେ ଗତ ଜାନୁଆରୀ ୧୭ ତାରିଖରେ ତାର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ ରାଷ୍ଟ୍ରପତି । ଏବେ ରାଜକ୍ଷମା ଆବେଦନ ଖାରଜ ଉପରେ ସେ ସୁପ୍ରିମକୋର୍ଟରେ ପିଟିସନ୍‌ ଫାଇଲ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.