ଲିଫ୍ଟରେ ମହିଳା ୪ ବର୍ଷର ନାବାଳିକା ସହ କଲେ ଏପରି କାମ, ଭିଡ଼ିଓ ଦେଖି ଟାଙ୍କୁରିବ ଲୋମ

ମୁମ୍ବାଇ : ଲିଫ୍ଟରେ ଜଣେ ମହିଳା ଏକ ୪ବର୍ଷର ନାବାଳିକା ସହ ଏପରି କିଛି କରୁଛନ୍ତି, ଯାହା ଦେଖି ସାଧାରଣ ଲୋକଙ୍କର ଲୋମଟାଙ୍କୁରି ଯିବ। ଏହାର ଭିଡ଼ିଓ ନିକଟରେ ସୋସିଆଲ ମିଡ଼ିଆରେ ବହୁ ସଂଖ୍ଯାକ ଭାଇରାଲ ହେଉଛି। ଘଟଣାଟି ମୁମ୍ବାଇର ସବର୍ବନ ଟ୍ରାମୱେର ବିଲଡ଼ିଂର ଲିଫ୍ଟରେ ଜଣେ ମହିଳା ୪ବର୍ଷର ନାବାଳିକାକୁ ନିର୍ଦ୍ଦୟ ଭାବେ ପିଟୁଥିବାର ନଜର ଆସିଥିଲା। ଖାଲି ତାହା ନୁହଁ ମହିଳା ଶିଶୂଟିକୁ ଅପହରଣ କରିବାକୁ ମଧ୍ୟ ଚେଷ୍ଠା କରିଥିଲେ। ଏହି ସମସ୍ତ ଘଟଣା ସେଠାରେ ଥିବା ଏକ ସିସିଟିଭି କ୍ଯାମେରାରେ କଏଦ ହୋଇଥିଲା। ଯାହା ଏବେ ସୋସିଆଲ ମିଡ଼ିଆରେ ଆସିବା ପରେ ବହୁ ସଂଖ୍ଯାକ ଭାଇରାଲ ହେଉଛି।


ପୋଲିସ ସୂଚନା ମୁତାବକ, ଯେଉଁ ମହିଳା ୪ବର୍ଷର ନାବାଳିକାଙ୍କୁ ମାରପିଟ କରୁଛନ୍ତି ତାଙ୍କ ନାମ ରିଜବାନା ବେଗମ୍। ଶିଶୁଟିକୁ ମାରିବା ଏବଂ ଅପହରଣ କରିବାକୁ ଚେଷ୍ଟା କରିଥିବା ଯୋଗୁଁ ତାଙ୍କୁ ଆଇପିସି ଧାରା ୩୯୪ଧାରା ଅନ୍ତର୍ଗତ ଏବେ ଗିରଫ କରାଯାଇଛି। ଦୁଇମିନିଟରେ ଏହି ଭଡ଼ିଓରେ ଆପଣ ଦେଖିପାରିବେ ମହିଳା କେତେ ନିର୍ମମ ଭାବେ ଶିଶୁଟିକୁ ପିଟୁଛନ୍ତି। ଏପରିକି ଅଭିଯୁକ୍ତ ବେଗମ୍ ନାବଳିକାର କାନଫୁଲ ମଧ୍ୟ ଚୋରି କରିାଦଇଥିଲେ। ଯାହାକୁ ପୋଲିସ ତାଙ୍କୁ ଗିରଫ କଲା ସମୟରେ ତାଙ୍କଠୁ ବରାମତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.