Below header

ଶାଢ଼ୀ ପିନ୍ଧିଥିବାରୁ ଭାରତର ଏହି ରେସ୍ତୋରାଁ ଭିତରକୁ ମହିଳାଙ୍କୁ ଛାଡିଲେନି ଷ୍ଟାଫ, କହିଲେ ଆମର ଏଠାରେ…ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ସାଧାରଣତଃ ଶାଢ଼ୀର ନାମ ଶୁଣିବା ମାତ୍ରେ ଆଖି ସାମ୍ନାରେ ଭାରତୀୟ ନାରୀର ପ୍ରତିଛବି ଆଙ୍କି ହୋଇଯାଇଥାଏ । ଶାଢ଼ୀ ଭାରତୀୟ ସ୍ତ୍ରୀର ମୁଖ୍ୟ ପରିଧାନ ଅଟେ । ଏହାକୁ ବିଦେଶରେ ମଧ୍ୟ ବହୁତ ପସନ୍ଦ କରାଯାଇଥାଏ କିନ୍ତୁ ଆମ ଭାରତର ରାଜଧାନୀ ଦିଲ୍ଲୀରେ ଏକ ଏପରି ଘଟଣା ଘଟିଛି ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ମହିଳା ଶାଢ଼ୀ ପିନ୍ଧିଥିବା କାରଣରୁ ତାଙ୍କୁ ରେସ୍ତୋରାଁ ଭିତରକୁ ଯିବାକୁ ବାରଣ କରାଯାଇଛି । ତେବେ ମହିଳା ଜଣକ ଟ୍ୱିଟରରେ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସେୟାର କରିଛନ୍ତି ।

ସୂଚନା ଅନୁଯାୟୀ ଘଟଣାଟି ସାଉଥ ଦିଲ୍ଲୀର ଏମ୍ବିୟଂଶ ମଲ ସ୍ଥିତ Kylin and Ivy ବାରରେ ଘଟିଛି । ଗୁରୁଗାଁଓରେ ବାସ କରୁଥିବା ସଂଗୀତା ନାମକ ଜଣେ ମହିଳା ଏଠାକୁ ଶାଢ଼ୀ ପିନ୍ଧି ଆସିଥିଲେ କିନ୍ତୁ ତାଙ୍କୁ ଗେଟ ପାଖରେ ହିଁ ଅଟକାଇ ଦିଆଯାଇଥିଲା । ରେସ୍ତୋରାଁର କର୍ମଚାରୀ ମାନେ ତାଙ୍କୁ ଏହା କହି ରୋକିଥିଲେ ଯେ ‘ଏଠାକୁ ଏଥନିକ ୱିୟର ଆଲାଓ ନାହିଁ’ । ତେବେ ସଂଗୀତା ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ବନାଇ ଏହାକୁ ଟ୍ୱିଟରରେ ସେୟାର କରିଥିଲେ ।

ତେବେ ଏହି ଭିଡ଼ିଓର କ୍ୟାପ୍ସନରେ ସେ ଲେଖିଥିଲେ ‘ତାଙ୍କୁ ଏଣ୍ଟ୍ରି ଏଥିପାଇଁ ମିଳିଲାନି କାରଣ ସେ ଶାଢ଼ୀ ପିନ୍ଧିଥିଲେ । ନିଜ ଦେଶର ଏକ ରେସ୍ତୋରାଁ ସ୍ମାର୍ଟ କାଜୁଆଲ ଡ୍ରେସ ପିନ୍ଧିବାକୁ କହୁଛି ଯାହାକୁ ଭାରତୀୟ ବେଶଭୂଷା ପସନ୍ଦ ନୁହେଁ । ଏହିକଥା ପାଇଁ ଆମେ ଭାରତୀୟ ବୋଲି ଗର୍ବ ଅନୁଭବ କରିବା କି ? ଏଥିପାଇଁ ସ୍ୱର ଉତ୍ତଳନ କରିବା ଆବଶ୍ୟକ’ । ତେବେ ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ସଙ୍ଗୀତାଙ୍କ ସପକ୍ଷରେ ନିଜର ରାୟ ଦେଉଛନ୍ତି । ତାସହିତ ଉକ୍ତ ରେସ୍ତୋରାଁକୁ ବନ୍ଦ କରିବା ପାଇଁ ମଧ୍ୟ କହୁଛନ୍ତି ।

co50m1ug

ତେବେ ଏହି ଟ୍ୱିଟର ଭିଡିଓ ଭାଇରଲ ହେବା ପରେ Kylin and Ivyର ଡ଼ାଇରେକ୍ଟର ସୌରଭ ଖାନୀଜୋ ସଙ୍ଗୀତାଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି ଏବଂ ସେ କହିଛନ୍ତି ଯେ ଟିମରେ ଆସିଥିବା ସେହି ମେମ୍ବର ଜଣକ ନୂଆ ଜଏନ କରିଛନ୍ତି ଓ ଏହା ତାଙ୍କର ବ୍ୟକ୍ତିଗତ ମତ ଅଟେ । ରେସ୍ତୋରାଁ ତରଫରୁ ଏପରି କୌଣସି ନିୟମ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.