Below header

ଯାଜପୁର ୧୬ନଂ ଜାତୀୟ ରାଜପଥର ବାରବାଟୀ ପରିବା ହାଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ଜଣେ ମୃତ

ଯାଜପୁର(କେନ୍ୟୁଜ୍):  ଯାଜପୁର ୧୬ନଂ ଜାତୀୟ ରାଜପଥର ବାରବାଟୀ ପରିବା ହାଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍ ମାଡିଯିବାରୁ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ। ମୃତ ବ୍ୟକ୍ତି ହେଲେ ସ୍ଥାନୀୟ ଚିତ୍ରକୂଳ ଗ୍ରାମର ଜଳଧର ନାୟକ। ଆଜି ଭୋରରୁ ସେ ପରିବା ହାଟକୁ ଆସି ରାସ୍ତା ପାର ହେଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା। ଦୁର୍ଘଟଣା ପରେ କିଛି ସମୟ ଧରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ଫଳରେ ୨ଘଣ୍ଟା ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଧର୍ମଶାଳା ପୋଲିସ ମୃତଦେହକୁ ଜବତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ମୃତକ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ଘୋଷଣା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.