କରୋନା ଭାଇରସ : ଆମେରିକାରେ ୬୦ ଦିନ ପାଇଁ ଫ୍ରି ହେଲା Wifi, ସମଗ୍ର ଦେଶରେ ଲାଗିଲା Hotspot

ଚାରିଆଡେ ଏବେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଲୋକେ କେବଳ ସଚେତନତା ଦ୍ୱାରା ନିଜକୁ ଏହି ଭାଇରସକୁ ରକ୍ଷା କରିପାରିବେ। ଏହାକୁ ନେଇ ଆମେରିକାରେ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର କମ୍‌କାଷ୍ଟ ୬୦ ଦିନ ପାଇଁ ମାଗଣା ଓ୍ଵାଇଫାଇ ସେବା ଯୋଗାଇ ଦେବାକୁ ଘୋଷଣା କରିଛି। କରୋନ ଭାଇରସ ପ୍ରକୋପ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପ ଯୋଗୁଁ ଲୋକେ ନିଜ ସମ୍ପର୍କୀୟଙ୍କ ସହିତ ଯୋଡି ହୋଇରହିବେ। କମକାଷ୍ଟ ମୁତାବକି, ସମଗ୍ର ଦେଶରେ ଓ୍ଵାଇଫାଇ ହଟସ୍ପଟ ଯୋଗାଇ ଦିଆଯାଇଛି।

wifi

ଆପଣ ଏହି ସୁବିଧା ପାଇବା ପାଇଁ ହଟସ୍ପଟ ‘xfinitywifi’ ସିଲେକ୍ଟ କରିବାକୁ ହେବ। ଏହାପରେ ସେଠାରେ ଥିବା ହଟ୍‌ସ୍ପଟ ନେଟଓ୍ଵାର୍କ ନାମ ଆସିବ, ତାପରେ ଏକ ବ୍ରାଉଜର ଲଞ୍ଚ ହେବ। ଏବେ ଗ୍ରାହକ Xfinity Internet କୁ ୟୁଜରନେମ୍‌ ଏବଂ ପାସଓ୍ଵାର୍ଡ ଦେଇ କନେକ୍ଟ ହୋଇପାରିବେ।

ଏହି ଓ୍ଵାଇଫାଇ ପବ୍ଲିକ ଏବଂ ପ୍ରାଇଭେଟ ଦୁଇଟିଯାକ ହଟସ୍ପଟ ଦେଖାଇବ। ସେଠାରେ ପାଖାପାଖି ୬୫,୦୦୦ ପବ୍ଲିକ ଓ୍ଵାଇଫାଇ ହଟ୍‌ସ୍ପଟ ଲାଗିଛି। କିନ୍ତୁ ଏଥିରେ ଡାଟା ପ୍ଲାନର କୌଣସି ଲିମିଟ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.