ଗୋଟିଏ କ୍ଲିକରେ ଜାଣନ୍ତୁ ଘରେ କେମିତି ରହିବେ ଆଇସୋଲେଟ୍‌, ଥରେ ନିଶ୍ଚୟ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ସଂକ୍ରମଣକୁ ନେଇ ଘରେ ଆଇସୋଲେଟ୍‌ ରହିବା ସର୍ମ୍ପକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦିଶାନିର୍ଦ୍ଦେଶକୁ ଟ୍ଵିଟରରେ ସେୟାର କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ କହିବାନୁଯାୟୀ ଘରେ ଆଇସୋଲେଟ୍‌ ହୋଇ ରହିବାର ଅର୍ଥ ହେଉଛି ଆପଣ ଏବଂ ଆପଣଙ୍କର ପରିଜନଙ୍କର ସୁରକ୍ଷା। ଦିଶାନିର୍ଦ୍ଦେଶ ଅନୁଯାୟୀ ଯେଉଁମାନଙ୍କୁ ଘରେ ଆଇସୋଲେଟ୍‌ କରି ରଖାଯାଇଛି ସେମାନେ ଏକ ଏକୁଟିଆ ଘରେ ରହିବା ଉଚିତ।

guidlineସେହି ଘରେ ସମସ୍ତ ବ୍ୟବସ୍ଥା ଥିବା ଦରକାର ଯେମିତିକି ଘରେ ଆଟାଚ୍‌ ଶୌଚାଳୟ ଥିବା ଆବଶ୍ୟକ କିମ୍ବା ଆଇସୋଲେଟ୍‌ ହୋଇ ରହିଥିବା ବ୍ୟକ୍ତିଙ୍କର ଏକ ସେପାରେଟ୍‌ ଶୌଚାଳୟ କରିବା ଉଚିତ। ଯଦି ପରିବାରରେ ଅନ୍ୟ ସଦସ୍ୟଙ୍କୁ ସେହି ବ୍ୟକ୍ତିଙ୍କ ରୁମରେ ରହିବା ନିହାତି ଜରୁରୀ ହୋଇଥାଏ ତେବେ ଏହା ପରାମର୍ଶ ରହିଛି ଯେ ଦୁହିଁଙ୍କ ମଧ୍ୟରେ ୧ ମିଟର ଦୂରତା ରହିବା ଆବଶ୍ୟକ।

guidlineସେହିପରି ଘରେ ଆଇସୋଲେଟ୍‌ ହୋଇ ରହିଥିବା ବ୍ୟକ୍ତିଙ୍କୁ ବୃଦ୍ଧ, ଗର୍ଭବତୀ ମହିଳା, ଛୋଟ ପିଲା ଏବଂ କୌଣସି ରୋଗାଗ୍ରସ୍ଥ ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ। କାହିଁକି ନା ଏମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କମ୍‌ ହୋଇପାରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ଭାଇରସ ଠାରୁ ନିଜକୁ ରକ୍ଷା କରିବା ପାଇଁ ଘରେ ନିଜକୁ ଆଇସୋଲେଟ୍‌ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରାଳୟ ଏହି ଦିଶାନିର୍ଦ୍ଦେଶ ଜାରୀ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ କହିବାନୁଯାୟୀ ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ପରିଜନକୁ ଏହି ଖତରନାକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବାର ସନ୍ଦେହ ରହିଛି ତାହାଲେ ଆପଣ ଏହି ଦିଶାନିର୍ଦ୍ଦେଶକୁ ପାଳନ କରି ଆପଣ ଆପଣଙ୍କ ଘରେ ହିଁ ନିଜକୁ ଆଇସୋଲେଟ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.