Below header

ମୁମ୍ବାଇ ହାଇକୋର୍ଟରେ ସ୍କିନ୍‌ ଟୁ ସ୍କିନ୍‌ ନିଷ୍ପତ୍ତିକୁ ଭିନ୍ନ ଢ଼ଙ୍ଗରେ ବିରୋଧ, ଜଜ୍‌ଙ୍କୁ ପଠାଇଲେ ୧୫୦ କଣ୍ଡୋମ

ମୁମ୍ବାଇ :  ବମ୍ବେ ହାଇକୋର୍ଟ ଜଜ୍‌ ଜଷ୍ଟିସ୍‌ ଗନେଡିବାଲାଙ୍କ ଦ୍ୱାରା ବିବାଦୀୟ ’ସ୍କିନ୍‌ ଟୁ ସ୍କିନ’ ରାୟ ପରେ ଏହାକୁ ଘୋର ବିରୋଧ କରାଯାଇଛି । ଏହି ନିଷ୍ପତ୍ତିକୁ ବିରୋଧ କରି ଗୁଜୁରାଟର ଜଣେ ରାଜନୈତିକ ବିଶ୍ଲେଷକ ଏହା ଅପରାଧୀଙ୍କ ମଧ୍ୟରେ ଭୂଲ୍‌ ସନ୍ଦେଶ ଦେବ ବୋଲି କହିଛନ୍ତି । ଜଣାଶୁଣା ମହିଳା ୟୁଟୁବର ଦେବଶ୍ରୀ ତ୍ରିବେଦୀ ନିଜର ୟୁଟୁବ ଚ୍ୟାନେଲ୍‌ରେ ଏକ ଭିଡିଓ ଅପ୍‌ଲୋଡ୍‌ କରିଛନ୍ତି, ଯେଉଁଥିରେ ୧୨ ପ୍ୟାକେଟ୍‌ରେ ୧୫୦ଟି କଣ୍ଡୋମ ପ୍ୟାକ କରୁଥିବା ଦେଖାଯାଇଛି ।

bombay hc
photo credit: India Legal

ଏହି ମହିଳା ୧୩ ଫେବ୍ରୁଆରୀରେ ନାଗପୁର ର ହାଇକୋର୍ଟ ରେଜିଷ୍ଟାର ଓ ଜଜ୍‌ ଙ୍କ ଘରକୁ ଏହି କଣ୍ଡୋମଗୁଡିକ ସହ ଏକ ପତ୍ର ପଠାଇଛନ୍ତି । ଏହାକୁ ଶ୍ରୀରଙ୍ଗ ଭଣ୍ଡାରକର ନାମକ ଓକିଲ୍‌ ନିନ୍ଦା କରିବା ସହ ମହିଳାଙ୍କ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନିଆନଗଲେ ତାଙ୍କ ନାମରେ ଏଫଆଇଆର୍‌ କରାଯିବ ବୋଲି କହିଛନ୍ତି ।

ଦେବଶ୍ରୀ ତ୍ରିବେଦୀ କହିଛନ୍ତି ‘ଜଜ୍‌ଙ୍କ ସ୍କିନ୍‌ ଟୁ ସ୍କିନ ରାୟର ଏକ ପ୍ରତିକାତ୍ମକ ବିରୋଧରେ ଏହି କଣ୍ଡୋମ ପଠାଯାଇଛି । କାରଣ ଜଣେ ୧୨ ବର୍ଷର ବାଳିକାର ବକ୍ଷୋଜକୁ ଜଣେ ବ୍ୟକ୍ତି ଛୁଇଁଥିବା ମାମଲାକୁ ବିଚାର କରି ଜଜ୍‌ ଉକ୍ତ ବ୍ୟକ୍ତିକୁ ଦଣ୍ଡମୁକ୍ତ କରିଥିଲେ । ଜଜ୍‌ ଉକ୍ତ ରାୟ ଘୋଷଣା କଲାବେଳେ କହିଥିଲେ ଯେ ଏଥିରେ ବ୍ୟକ୍ତି ଜଣକ ବାଳିକାର ବକ୍ଷୋଜକୁ ସାର୍ଟ ଉପରୁ ଛୁଇଁ ଥିବାରୁ ଏଥିରେ ସେ ବାଳିକାର ସ୍କିନ୍‌ (ଚର୍ମ)କୁ ଛୁଇଁ ନାହାଁନ୍ତି । ତେଣୁ ଏହା ଯୌନ ଶୋଷଣ ମାମଲା ଅନ୍ତର୍ଭୁକ୍ତ ହେବ ନାହିଁ ।’

ଜଜ୍‌ଙ୍କର ଏହି ବିଚିତ୍ର ନିଷ୍ପତ୍ତି ମୋତେ ଓ ବାଳିକାର ପରିବାରକୁ ଗଭୀର ଆଘାତ ଦେଇଥିବାରୁ ପରିବାର ବ୍ୟକ୍ତିଙ୍କ କ୍ଷୋଭୋକୁ ବୁଝାଇବା ପାଇଁ ମୁଁ ଏମିତି କରିଛି ବୋଲି ଦେବଶ୍ରୀ କହିଛନ୍ତି ।

କ’ଣ ଥିଲା ଜଷ୍ଟିସ୍‌ ପୁଷ୍ପାଙ୍କ ବିବାଦୀୟ ସ୍କିନ୍‌ ଟୁ ସ୍କିନ ରାୟ :

ଜଷ୍ଟିସ୍‌ ପୁଷ୍ପା ଏକ ଯୌନ ଶୋଷଣ ମାମଲାର ବିଚାର କରି ଏକ ବିବାଦୀୟ ରାୟ ଶୁଣାଇଥିଲେ । ମାମଲାଟି ଥିଲା ଜଣେ ୧୨ ବର୍ଷର ଝିଅର ବକ୍ଷୋଜକୁ ଜଣେ ବ୍ୟକ୍ତି ଛୁଇଁ ଥିଲେ । ଏଥିରେ ଜଜ୍‌ କହିଥିଲେ ଯେ କପଡ଼ା ନ କାଢ଼ି ଝିଅର ବକ୍ଷୋଜକୁ ଛୁଆଁ ଯାଇଥିବାରୁ ଏହା ପୋକ୍‌ସୋ ଆଇନ ଅନ୍ତର୍ଗତ ନୁହେଁ । ସେହିପରି ଆଉ ଏକ ରାୟରେ କହିଥିଲେ ଯେ ଝିଅର ହାତ ଧରି ନିଜ ପ୍ୟାଣ୍ଟର ଚେନ୍‌ ଖୋଲିବା ମଧ୍ୟ ପୋକ୍‌ସୋ ଆଇନ ଅନ୍ତର୍ଗତ ନୁହେଁ । ଯାହାକୁ ନେଇ ସବୁ ବର୍ଗରୁ ବିରୋଧ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.