କଳାହାଣ୍ଡି: ଭିଜିଲାନ୍ସ ଜାଲରେ ମଦନପୁର ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

କଳାହାଣ୍ଡି(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ମଦନପୁର ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ କ୍ଷିତୀଶ ବିଶ୍ୱାଳ । ଆଦର୍ଶ ବିଦ୍ୟାଳୟରେ ଚୌକିଦାର ଚାକିରି କରାଇ ଦେବାକୁ କହି ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏତିକିବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ ।

ଅଭିଯୋଗ ଅନୁସାରେ, ଏମ୍‌. ରାମପୁର ଅଞ୍ଚଳର ଗଙ୍ଗାଧର ବାଗଙ୍କୁ ମଦନପୁର ଆଦର୍ଶ ବିଦ୍ୟାଳୟରେ ଚୌକିଦାର ଚାକିରି ଦେବା ପାଇଁ ୪୦ ହଜାର ଟଙ୍କା ଦାବି କରିଥିଲେ ପ୍ରିନ୍ସିପାଲ କ୍ଷିତୀଶ ବିଶ୍ୱାଳ । ଭିଜିଲାନ୍ସରେ ଅଭିଯୋଗ ପରେ ପୂର୍ବ ଯୋଜନା ଅନୁସାରେ ଆଜି ସନ୍ଧ୍ୟାରେ ଲାଞ୍ଚ ଟଙ୍କା ନେବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.