ଟ୍ରିଟମେଣ୍ଟ କରିବାକୁ ଆସିଥିବା ମହିଳା ଗ୍ରାହକଙ୍କ ୩୦ ଲକ୍ଷରୁ ମୁଦି ଚୋରି କଲେ କର୍ମଚାରୀ, ହେଲେ ଭୟରେ ଟଏଲେଟ ଟାଙ୍କିରେ ଫିଙ୍ଗିଦେଲେ : ପୋଲିସ କଲା ଗିରଫ

ସ୍କିନ ଆଣ୍ଡ ହେୟାର କ୍ଲିନିକରେ ମହିଳା ଗ୍ରାହକଙ୍କ ୩୦ ଲକ୍ଷରୁ ହୀରା ମୁଦି ଚୋରି କଲେ କର୍ମଚାରୀ। ମାତ୍ର ଧରାପଡିଯିବା ଭୟରେ ଟଏଲେଟ ଟାଙ୍କିରେ ଫୋପାଡିଦେଲେ । ପୋଲିସ ପଚରାଉଚରା କରିବାରୁ ସତ ମାନିଗଲେ କର୍ମଚାରୀ ।

ସ୍କିନ ଆଣ୍ଡ ହେୟାର କ୍ଲିନିକରେ ଗ୍ରାହକଙ୍କ ୩୦ ଲକ୍ଷ ଟଙ୍କାର ହୀରା ମୁଦି ଚୋରି କରିନେଲେ କର୍ମଚାରୀ । କିନ୍ତୁ ଧରାପଡିଯିବା ଭୟରେ ଟଏଲେଟରେ ହୀରା ମୁଦିକୁ ଫୋପାଡିଦେଲେ । ପୋଲିସ ଟଏଲେଟ ପାଇପକୁ ହୀରା ମୁଦିକୁ ବାହାର କରିବା ସହିତ ଚୋରି କରିଥିବା ମହିଳା କର୍ମଚାରୀଙ୍କୁ ଗିରଫ କରିଛି । ହାଇଦ୍ରାବାଦର ଏକ ସ୍କିନ ଆଣ୍ଡ ହେୟାର କ୍ଲିନିକରେ ଏଭଳି ଘଟଣା ଘଟିଛି ।

ପୋଲିସ କହିବା ମୁତାବକ, ଗତ ସପ୍ତାହରେ ଜଣେ ମହିଳା ଜୁବୁଲି ହିଲ୍ସ ସ୍ଥିତ ଏବଂ ସ୍କିନ ଆଣ୍ଡ ହେୟାର କ୍ଲିନିକକୁ ଯାଇଥିଲେ। ସେଠାରେ ହେୟାର ଟ୍ରିଟମେଣ୍ଟ ବେଳେ ସେ ନିଜ ମୁଦିକୁ ବାହାର କରି ନିକଟରେ ଥିବା ଏକ ବକ୍ସ ଉପରେ ରଖିଥିଲେ। ଏହାପରେ ସେ ମୁଦିକୁ ଭୁଲିଯାଇ ନିଜ ଘରକୁ ଚାଲି ଯାଇଥିଲେ। ତେବେ ଘରକୁ ଆସିବା ପରେ ମୁଦି କ୍ଲିନିକରେ ଛାଡି ଆସିଥିବା କଥା ଜାଣିପାରିଥିଲେ । ପୁଣି କ୍ଲିନିକକୁ ଫେରି ନିଜ ମୁଦି କଥା ପଚାରିଥିଲେ । କିନ୍ତୁ କ୍ଲିନିକର କର୍ମଚାରୀ କିଛି କହିନଥିଲେ । କର୍ମଚାରୀଙ୍କ ଠାରୁ କିଛି ଉତ୍ତର ନ ପାଇବାରୁ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ କ୍ଲିନିକରେ ପହଞ୍ଚି କର୍ମଚାରୀଙ୍କୁ ପଚରାଉଚରା କରିଥିଲା । କିନ୍ତୁ କିଛି ସଫଳତା ପାଇନଥିଲା । ପରେ ପୋଲିସ ଜଣେ ମହିଳା କର୍ମଚାରୀଙ୍କୁ ଗୁଡାଇତୁଡାଇ ପ୍ରଶ୍ନ ପଚାରିବାରୁ ସବୁ ସତ ଓଗାଳି ଦେଇଥିଲେ ମୁଦି ଚୋରି କରିଥିବା କର୍ମଚାରୀ । ଯୁବତୀ କର୍ମଚାରୀ ଜଣକ ଚୋରି କରିଥିବା ସ୍ୱୀକାର କରିଥିଲେ। ମାତ୍ର ଧରା ପଡ଼ିଯିବା ଭୟରେ ସେ ଉକ୍ତ ମୁଦିକୁ ସେଲୁନରେ ଥିବା ଟଏଲେଟରେ ପକାଇ ଫ୍ଳସ୍ ମାରି ଦେଇଥିବା କହିଥିଲେ ।

ଏହାପରେ ପୋଲିସ ପାଇପ୍ କର୍ମଚାରୀ ଆଣି ଉକ୍ତ ଲାଟିନର ପାଇପକୁ ଖୋଲିବାରୁ ସେଥିରେ ମୁଦିଟି ଥିବା ଦେଖିବାକୁ ମିଳିଥିଲା। ପୋଲିସ ମୁଦି ପାଇବା ପରେ ମହିଳାଙ୍କୁ ମୁଦି ଫେରାଇଥିବା ବେଳେ ଚୋରି କରିଥିବା ମହିଳାଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.