ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ଅନୀଲ ଅମ୍ବାନୀଙ୍କ ପତ୍ନୀ ଟିନା ଅମ୍ବାନୀ, FEMA ମାମଲାରେ ଜାରି ହୋଇଥିଲା ନୋଟିସ

ଫରେନ ଏକ୍ସଚେଞ୍ଚ ଲ’କୁ ଉଲଙ୍ଘନ କରିଥିବା ସମ୍ପର୍କରେ ତଦନ୍ତ କରିବା ପାଇଁ ଟିନା ଅମ୍ବାନୀଙ୍କୁ ପଚରାଉଚୁରା କରାଯାଇଥିଲା । ଏଥିପାଇଁ ଟିନା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ, ଯେଉଁଠାରେ ଅଧିକାରୀମାନେ ତାଙ୍କ ବୟାନ ରେକର୍ଡ କରିଛନ୍ତି ।

ରିଲାଏନ୍ସ ଏଡିଏ ଗ୍ରୁପର ଚେୟାରମ୍ୟାନ ଅନୀଲ ଅମ୍ବାନୀଙ୍କ ପରେ ତାଙ୍କ ପତ୍ନୀ ଟିନା ଅମ୍ବାନୀ ଇଡିରେ ହାଜର ହୋଇଛନ୍ତି ଏବଂ ନିଜ ବୟାନ ରେକର୍ଡ କରିଛନ୍ତି । ଫରେନ ଏକ୍ସଚେଞ୍ଚ ଲ’କୁ ଉଲଙ୍ଘନ କରିଥିବା ସମ୍ପର୍କରେ ତଦନ୍ତ କରିବା ପାଇଁ ଟିନା ଅମ୍ବାନୀଙ୍କୁ ପଚରାଉଚୁରା କରାଯାଇଛି । ଏଥିପାଇଁ ଟିନା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ, ଯେଉଁଠାରେ ଅଧିକାରୀମାନେ ତାଙ୍କ ବୟାନ ରେକର୍ଡ କରିଛନ୍ତି । ଏଜେନ୍ସି ତରଫରୁ ପୁଣିଥରେ ଅନୀଲ ଅମ୍ବାନୀଙ୍କୁ ତଦନ୍ତ ପାଇଁ ଡକା ଯାଇପାରିବ ବୋଲି କୁହାଯାଉଛି ।

ଏହା ପୂର୍ବରୁ ଅନୀଲ ଅମ୍ବାନୀ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ’ ବା FEMA ର ଧାରା ଅନୁସାରେ ୩ ଜୁଲାଇରେ ବୟାନ ରେକର୍ଡ କରିଥିଲେ । ଏହି ସପ୍ତାହ ଶେଷରେ କେନ୍ଦ୍ରିୟ ଏଜେନ୍ସି ସାମ୍ନାରେ ସେ ହାଜର ହେବାର ସମ୍ଭାବନା ରହିଛି । ସୂଚନା ଅନୁସାରେ ଏହି ଦମ୍ପତିଙ୍କର ବିଦେଶରେ ଅଘୋଷିତ ସମ୍ପତ୍ତି ଏବଂ ଟଙ୍କା କାରବାର ସହ ସମ୍ପୃକ୍ତି ଥିବାରୁ ଏହି ତଦନ୍ତ କରାଯାଉଛି ।

ୟେସ ବ୍ୟାଙ୍କର ପ୍ରବର୍ତ୍ତକ ରାଣା କପୁର ଏବଂ ଅନ୍ୟମାନଙ୍କ ବିରୋଧରେ ମନି ଲର୍ଣ୍ଡିଂ ମାମଲାରେ ଅନୀଲ ଅମ୍ବାନୀ ୨୦୨୦ରେ ଇଡିରେ ହାଜର ହୋଇଥିଲେ । ଗତ ବର୍ଷ ଅଗଷ୍ଟ ମାସରେ ଦୁଇଟି ସ୍ୱିସ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କାରେ ଟ୍ୟାକ୍ସ ଦେଇନଥିବା ଅଭିଯୋଗରେ ଆୟକର ବିଭାଗ ଅମ୍ବାନୀଙ୍କୁ ଏକ ନୋଟିସ ଜାରି କରିଥିଲା । ମାର୍ଚ୍ଚରେ ଆୟକର ବିଭାଗର ଏହି କାରଣ ଦର୍ଶାଅ ନୋଟିସକୁ ରୋକିବା ପାଇଁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଦେଶର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଗଣା ଯାଉଥିବା ଅମ୍ବାନୀ ପରିବାରର ନେଟଓ୍ଵର୍ଥ ହ୍ରାସ ପାଇବାରେ ଲାଗିଛି । କିଛି ମାସ ପୂର୍ବରୁ ବିଦେଶରେ ହୋଇଥିବା ଏକ ଶୁଣାଣିରେ ଅନୀଲ ଅମ୍ବାନୀ ତାଙ୍କ ନେଟଓ୍ଵର୍ଥ ଜିରୋ ବୋଲି କହିଥିଲେ । ଏହାକୁ ନେଇ ଖୁବ ବିବାଦ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.