Below header

ଗୋଟେ ଗୋଇଠାରେ ୫୦ ଲକ୍ଷର ମାଲିକ, ଏମିତି ବଦଳିଲା ଭାଗ୍ୟ

ହିନ୍ଦୀରେ ଏକ ପ୍ରବାଦ ଅଛି ‘ଉପରବାଲା ଜବ୍‌ ଭି ଦେତା, ଦେତା ଛପର ଫାଡ୍‌କେ’ ଅର୍ଥାତ୍‌ ଭଗବାନ ଯେତେବେଳେ ପ୍ରସନ୍ନ ହୁଅନ୍ତି ଆଶାଠୁ ବି ଅଧିକ ଦେଇଥାନ୍ତି। ଏବେ ଏହି ଲୋକକଥାଟି ଜଣେ ବ୍ୟକ୍ତିଙ୍କ ଜୀବନରେ ସତ ହୋଇଥିବା ଦେଖିବାକୁ ମିଳିଛି। ଦିନକୁ ଦି ମୁଠା ଖାଇବା ରୋଜଗାର କରିବା ଯାହା ପକ୍ଷେ କାଠିକର ପାଠ ଥିଲା ସେ ଏବେ ୫୦ ଲକ୍ଷ ଟଙ୍କାର ମାଲିକ ହୋଇଛନ୍ତି।

Lockdown में चमकी मजदूर की किस्मत; एक ठोकर में मिला 50 लाख का हीरा

ଘଟଣାଟି ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର। ଏଠାରେ ଏକ ହୀରା ଖଣି ରହିଛି। ଏହି ଖଣିରେ କାମ କରୁଥିବା ଶ୍ରମିକ ଆନନ୍ଦୀ ଲାଲ କୁଶବାହା ଏକ ହୀରା ପାଇଛନ୍ତି। ଏହି ହୀରାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ହେବ ବୋଲି କୁହାଯାଉଛି। ଏହି ହୀରାକୁ ନେଇ ସେ ନିକଟସ୍ଥ ସରକାରୀ ଅଫିସରେ ଜମା କରିବା ପରେ ସରକାର ତାଙ୍କ ଆକାଉଣ୍ଟରେ ହୀରା ମୂଲ୍ୟର ଟଙ୍କା ଡିପୋଜିଟ୍‌ କରିଛନ୍ତି।

Alrosa sells its most expensive diamond to date - MINING.COM

ଏ ନେଇ ଆନନ୍ଦୀଲାଲ କହିଛନ୍ତି ଯେ ତାଙ୍କୁ ରାଣୀପୁରର ଉଥଲି ହୀରା ଖଣିରେ ହୀରା ମିଳିଲା। ଭଗବାନଙ୍କ କୃପାରୁ ତାଙ୍କୁ ଏହି ହୀରା ମିଳିଛି। ସବୁଠୁ ମଜା କଥା ହେଉଛି ଏହି ହୀରା ତାଙ୍କ ଗୋଡ଼ରେ ବାଜିବାରୁ ସେ ଝୁଣ୍ଟି ପଡ଼ିଥିଲେ। ସେ ପ୍ରଥମେ ପଥରରେ ଝୁଣ୍ଟିଥିବା ଭାବିଥିଲେ ମାତ୍ର ଉଠି ଦେଖିବା ବେଳକୁ ତାହା ପ୍ରକୃତରେ ହୀରା ଥିଲା। ଏବେ ଏହି ହୀରା ପାଇବା ପରେ ସେ ୫୦ ଲକ୍ଷ ଟଙ୍କାର ମାଲିକ ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.