Below header

CBI କଣ ? କୌଣସି କେସର ତଦନ୍ତ ଭାର CBIକୁ କେତେବେଳେ ଦିଆଯାଏ ? ଆଉ ତା ପଛରେ ଥିବା ପ୍ରକ୍ରିୟା ସବୁ କଣ ?

ଦେଶରେ ଯେବେ ବି କୌଣସି ବଡ଼ ଧରଣର ଅପରାଧ ଘଟେ ଯେପରିକି ହତ୍ୟା ହେଉ କିମ୍ବା କୌଣସି ବଡ ଧରଣର ମାମଲା ଯାହାର ତଦନ୍ତରେ ପୋଲିସ ବିଫଳ ହୁଏ ସେତେବେଳେ ଏହିସବୁ କେସର ଯାଞ୍ଚ ପାଇଁ କେବଳ ଗୋଟିଏ ନାମ ସାମ୍ନାକୁ ଆସିଥାଏ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେସ୍ଟିଗେସନ ବା CBI । ଏବେ ପ୍ରଶ୍ନ ଉଠୁଛି ଯେ CBIକୁ କୌଣସି କେସ ତଦନ୍ତ ପାଇଁ କିପରି ଦିଆଯାଏ ? କଣ ଏଥିପାଇଁ କୌଣସି ନିୟମ କିମ୍ବା ସର୍ତ୍ତାବଳି ରହିଛି ? ନା ଏପରି ହିଁ ଯେକୌଣସି କେସକୁ CBIକୁ ଯାଞ୍ଚ ପାଇଁ ଦେଇ ଦିଆଯାଏ ଆଉ ସେମାନେ ଯାଞ୍ଚ ଆରମ୍ଭ କରିଦେଇଥାନ୍ତି ? କଣ ରହିଛି ଏହା ପଛରେ ପ୍ରକ୍ରିୟା ? କିପରି କେନ୍ଦ୍ର ଆଉ ରାଜ୍ୟର ଏଥିରେ ମହତ୍ତ୍ୱପୁର୍ଣ ରୋଲ ରହିଥାଏ ? ଆଜି ଏହିସବୁ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

Major rejig in CBI, 19 officers transferred | India News – India TV

CBI ଦେଶର ସବୁଠାରୁ ବଡ ଯାଞ୍ଚ ଏଜେନ୍ସି ତା ପାଖରେ ସବୁ ପ୍ରକାରର କେସ ରହିଥାଏ, କିନ୍ତୁ ଏମିତି କିଛି ମାମଲା ସିଧାସଳଖ CBI ହାତକୁ ଦିଆଯାଇନଥାଏ । ଉଦାହରଣସ୍ୱରୂପ କୌଣସି ହତ୍ୟା ଘଟଣା ହେଉ, ପ୍ରଥମେ ଲୋକାଲ ପୋଲିସ ପୁରା ଘଟଣାକୁ ତଦନ୍ତ କରିଥାଏ ଆଉ ତାପରେ ସେତେବେଳେ CBI ହାତକୁ ଏହି କେସ ଦିଆଯାଏ ଯେତେବେଳେ ପୋଲିସ ଏହି ଘଟଣାରେ କିଛି କରିପାରେ ନାହିଁ ।

CBI Registers Case Against 2 Mumbai Based Companies In Rs 57 Cr ...

CBIକୁ ଚାରି ପ୍ରକାରର କେସ ଦିଆଯାଇ ପାରେ –

  • ପ୍ରଥମ ଯଦି କେନ୍ଦ୍ର ସରକାର ଦ୍ୱାରା କେସ ନିର୍ଦ୍ଧାରିତ କରାଯାଏ,
  • ଦ୍ଵିତୀୟ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଯଦି CBIକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଉଛନ୍ତି,
  • ତୃତୀୟ ଯଦି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କୌଣସି କେସ ପାଇଁ ସୁପାରିଶ କରିଥାନ୍ତି,
  • ଚତୁର୍ଥରେ କୌଣସି କେସକୁ ନେଇ ଯଦି ପବ୍ଲିକ ଡିମାଣ୍ଡ କରନ୍ତି ଏହାକୁ ମଧ୍ୟ ସରକାର ହିଁ ନିର୍ଦ୍ଧରଣ କରନ୍ତି,

ସର୍ବଶେଷରେ CBI ଯାଞ୍ଚ ଓ ଏହାର କେସ ଉଭୟ ବହୁତ ଗୁରୁତ୍ୱପୂର୍ଣ ହୋଇଥାଏ । CBIର ମୁଖ୍ୟ କାମ ହେଉଛି କେନ୍ଦ୍ରସହ ଜଡିତ ଭ୍ରଷ୍ଟାଚାର, ଗମ୍ଭୀର ଆରୋପ ଥିବା ଅପରାଧ ଏବଂ ଠକେଇର ଯାଞ୍ଚ କରିବା । ଏହାସହିତ ରାଜ୍ୟରେ ହେଉଥିବା ବଡ଼ ଧରଣର ଅପରାଧ, ଏନ୍କାଉଣ୍ଟର ନଚେତ ଭ୍ରଷ୍ଟାଚାର ସହ ସମ୍ବନ୍ଧିତ ଯାଞ୍ଚ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥାଏ । ଏହା ପଛରେ ମୂଳ କାରଣ ହେଉଛି କେନ୍ଦ୍ର ପାଖରେ CBI ବ୍ୟତୀତ ଅନ୍ୟ କୌଣସି ଯାଞ୍ଚ ଏଜେନ୍ସି ନାହିଁ । ଯଦିଓ ପରବର୍ତ୍ତୀ ସମୟରେ NIA ଗଠନ କରାଯାଇଥିଲା କିନ୍ତୁ NIA (ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସି) ଆତଙ୍କବାଦ ସହ ସମ୍ବନ୍ଧିତ ମାମଲାର ଯାଞ୍ଚ କରିଥାଏ ।

Cbi | Latest & Breaking News on Cbi | Photos, Videos, Breaking ...

CBIର ପୂର୍ବ ନିର୍ଦ୍ଦେଶକ ଏପି ସିଂଙ୍କ କହିବା ଅନୁଯାୟୀ CBI ଏମିତିରେ କୌଣସି ମାମଲାର ଯାଞ୍ଚ କରିନଥାଏ । ଯଦି କୌଣସି ରାଜ୍ୟରେ ବଡ଼ ଧରଣର ଅପରାଧ ହେଉଛି ଏବଂ ରାଜ୍ୟ ସରକାର ଏଥିପାଇଁ କେନ୍ଦ୍ରସରକାରଙ୍କୁ ସୁପାରିଶ କରୁଛନ୍ତି ଏବଂ କହୁଛନ୍ତି କି ଆମେ ଏହି ମାମଲାର ଯାଞ୍ଚ CBI ଦ୍ୱାରା କରାଇବା ପାଇଁ ଚାଁହୁଛୁ ଏବଂ କେନ୍ଦ୍ର ସରକାର ତାକୁ ସ୍ୱୀକାର କରୁଛାନ୍ତି ସେତେବେଳେ ଏହି କେସର ଯାଞ୍ଚ CBI କରିଥାଏ । ନଚେତ ସୁପ୍ରିମକୋର୍ଟ କିମ୍ବା ଦେଶର ହାଇକୋର୍ଟ ଯଦି ନିର୍ଦ୍ଦେଶ ଦିଅନ୍ତି ଯେ ଏହି କେସର ଯାଞ୍ଚ CBI କରିବା ଆବଶ୍ୟକ ସେତେବେଳେ CBI ପାଖକୁ ଏହି କେସ ଆସିଥାଏ ଏବଂ CBI କେସକୁ ଆଗକୁ ବଢ଼ାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.