Below header

ନିଲମ୍ବିତ ହେଲେ ଯୁବତୀଙ୍କୁ ଅଶ୍ଳୀଳ ମେସଜ୍ ପଠାଇ ଜେଲ ଯାଇଥିବା ପୂର୍ବତନ ରସିକିଆ ଆୟୂଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ

କେନ୍ୟୁଜ୍(ବ୍ୟୁରୋ): ବୁଢା ବୟସରେ ନିଜକୁ କିଶୋର ଭାବୁଥୁବା ଆୟୂଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ ହେଲେ ନିଲମ୍ବିତ। ନିଜ ଅଫିସର ଜଣେ ଠିକା ମହିଳା କର୍ମଚାରୀଙ୍କୁ ରସିକିଆ ମେସେଜ ପଠାଇ ଦେଉଥିଲେ ମାନସିକ ନିର୍ଯ୍ୟାତନା। ଏତିକିରେ ସୀମିତ ନଥିଲା ଏହି କରିତକମାଙ୍କର। ରାତି ଅଧରେ ଫୋନ କରି ପ୍ରପୋଜ କରିବା  ସହ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଷ କରି ମଜା ଉଠାଇବା ପାଇଁ କଥା ହେଉଥିଲେ। ଆଉ ଏହା ବଦଳରେ ଆୟୂଷ ବିଭାଗରେ ସ୍ଥାୟୀ ଚାକିରି କରାଇଦେବାର ପ୍ରତିଶୃତି ଦେଉଥିଲେ।

ଦିନକୁ ଦିନ ଏହି ବରିଷ୍ଠ ଓଏସ ଅଧିକାରୀଙ୍କ ନିର୍ଯ୍ୟାତନା ବଢି ଚାଲିବାରୁ ସହ୍ୟ କରିପାରିନଥିଲେ ଯୁବତୀ ଜଣକ। ଯାହା ଫଳରେ ଏହି ଘଟଣାକୁ ନେଇ ଭୁବନେଶ୍ବର ମହିଳା ଥାନାର ଅଭିଯୋଗ କରିଥିଲେ। ଘଟଣାରେ ମହିଳା ଥାନା ପୋଲିସ ରସିକିଆ ଅୟୂଷ ନିର୍ଦ୍ଦେଶକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା। କିଛି ଦିନ ପରେ ବେଲରେ ବାହାରକୁ ଆସିଥିବା ଆୟୂଷ ନିର୍ଦ୍ଦେଶକଙ୍କୁ ଆଜି ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଛନ୍ତି`

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.