କୁକୁରକୁ ରାସ୍ତା ପାର କରାଇବା ପାଇଁ ଟ୍ରାଫିକ ପୋଲିସ ନେଲେ ଏଭଳି ପଦକ୍ଷେପ , ଦେଖନ୍ତୁ ଭିଡିଓ

ଆମର ଏଇ ମଣିଷ ସମାଜରେ କଥାରେ କୁହାଯାଏ, କୁକୁର ବିଲେଇ ଭଳି ମରୁଛନ୍ତି । ଏହି କଥାର ମର୍ମ ହେଉଛି ଯେମିତି ଏସବୁ ଜୀବମାନଙ୍କର କୌଣସି ଗୁରୁତ୍ୱ ନାହିଁ । ତେବେ ଈଶ୍ୱରଙ୍କର ଏହି ଦୁନିଆରେ ପ୍ରତ୍ୟେକ ପ୍ରାଣୀଙ୍କର ବଞ୍ଚି ରହିବାର ଅଧିକାର ଅଛି । ହେଲେ ଏକଥା କଣ ସମ୍ଭବ ହେଉଛି ? ଆପଣ ଯିବା ଆସିବା କରୁଥିବା ରାସ୍ତାରେ ପ୍ରତିଦିନ ପୋକମାଛି ଭଳି ମରି ପଡୁଛନ୍ତି ବୁଲା କୁକୁର ଓ ବିଲେଇ ।

ଏମିତି ଅନେକ ନିରୀହ ନିର୍ବାକ ପଶୁ ରାସ୍ତାରେ ଦ୍ରୁତ ଗତିରେ ଯିବା ଆସିବା କରୁଥିବା ଗାଡି ଗୁଡିକର ଶିକାର ହୋଇଥାନ୍ତି । କାରଣ ସେମାନେ ମଣିଷ ନୁହନ୍ତି ଯେ ଟ୍ରାଫିକ୍‌ ନିୟମ ମାନିବେ କି ଯାନବାହନ ଯାତାୟାତ ବେଳେ ଦେଖି କରି ଯିବେ । ସେମାନଙ୍କ ଜୀବନ ପ୍ରତି ଧ୍ୟାନ ଦେବା ହେଉଛି ଆମର ଦାୟିତ୍ୱ ଓ କର୍ତ୍ତବ୍ୟ । ଏବେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଟ୍ରାଫିକ ପୋଲିସ ଏକ କୁକୁରକୁ ରାସ୍ତା ପାର କରାଇବା ପାଇଁ ଟ୍ରାଫିକ୍‌ ରୋକି ଦେଇଛନ୍ତି । ଆପଣ ଦେଖିପାରୁଥିବେ ଯେ ରାସ୍ତାରେ ଗାଡି, ଅଟୋ ଓ ବାଇକ ଅତି ଦ୍ରୁତ ଗତି ଯା ଆସ କରୁଛନ୍ତି । ଆଉ କୁକୁରଟି ଅପେକ୍ଷା କରିଛି କେତେବେଳେ ରାସ୍ତା ଫାଙ୍କା ହେବ ଓ ସେ ଆରପଟକୁ ଯିବ । ଯେମିତି ଟ୍ରାଫିକ୍‌ ନିୟମ ତାକୁ ଜଣା । ତେଣୁ ଟ୍ରାଫିକ୍‌ ପୋଲିସ କର୍ମଚାରୀଙ୍କ ପାଖରେ ସେମିତି ଠିଆ ହୋଇଛି । କିଛି ସମୟ ଅପେକ୍ଷା କରିବା ପରେ ଯେତେବେଳେ ଟ୍ରାଫିକ୍‌ ପୋଲିସ୍‌ ଜଣକ ଦେଖିଲେ ଯେ ଗାଡ଼ି ଯିବା ଆସିବା ବନ୍ଦ ହେଉନାହିଁ କି କୁକୁରଟି ରାସ୍ତା ପାରିହେବା ସମ୍ଭବ ହେଉନାହିଁ, ସେତେବେଳେ ସେ ବାଧ୍ୟ ହୋଇ ଗାଡ଼ିସବୁକୁ ରୋକି କୁକୁରଟିକୁ ରାସ୍ତା ପର କରାଇଛନ୍ତି । କୁକୁରଟି ସୁରକ୍ଷିତ ଭାବେ ରାସ୍ତା ଆରପଟେ ପହଞ୍ଚି ଯିବା ପରେ ଯାଇ ପୋଲିସକର୍ମୀ ଜଣକ ଅଟକି ରହିଥିବା ଗାଡିଗୁଡିକୁ ଯିବା ପାଇଁ ସଂକେତ ଦେଉଛନ୍ତି ।

ଏଥିରେ ଧ୍ୟାନ ଦେବାର କଥା ଏହା ଯେ କୁକୁରଟି ପୋଲିସକର୍ମୀଙ୍କ ପାଖରେ ସେ ପର୍ଯ୍ୟନ୍ତ ଠିଆ ହୋଇ ରହିଛି ଯେପର୍ଯ୍ୟନ୍ତ ସେ ଟ୍ରାଫିକ ରୋକି ନାହାନ୍ତି । ଏହି ଘଟଣାର ଭିଡିଓ କେବେ ଆଉ କୋଉଠି ସୁଟ କରାଯାଇଛି ତାର କୌଣସି ସୂଚନା ଆମେ ପାଇନାହୁଁ । କିନ୍ତୁ ଭିଡିଓ ଦେଖିବା ପରେ ଲାଗୁଛି ଏବେ ଜୀବଜନ୍ତୁ ବି ଟ୍ରାଫିକ ନିୟମ ପାଳନ କରିବା ଶିଖି ଗଲେଣି .. ଯଦି ସେମାନେ ଶିଖିଗଲେଣି ତେବେ ମଣିଷ କେବେ ଶିଖିଵ ..? ଅନ୍ୟ ପ୍ରତି ଥିବା ତାର କର୍ତ୍ତବ୍ୟକୁ କେବେ କରିବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.