Below header

ଦୁନିଆର ସବୁଠାରୁ ଦାମି କଫି, ମୂଲ୍ୟ ଜାଣି ହେବ ନାହିଁ ବିଶ୍ବାସ

କାଲିଫୋର୍ଣ୍ଣିଆ : କାଲିଫୋର୍ଣ୍ଣିଆର ପ୍ରସିଦ୍ଧ କ୍ଳେଚ କ୍ୟାଫେ ଦାବି କରିଛି ତାଙ୍କ ପାଖରେ ଦୁନିଆର ସବୁଠାରୁ ମହଙ୍ଗା କଫି ବିକ୍ରି ହୋଇଥାଏ। ଏହି କ୍ୟାଫେରେ ଗୋଟିଏ କପ୍ କଫିର ମୂଲ୍ୟ ୭୫ ଡଲାର ଅର୍ଥାତ୍ ପାଖାପାଖି ୫୨୦୦ ଟଙ୍କା ରହିଛି। ଏହି ବହୁମୂଲ୍ୟ କଫିର ନାମ ଏଲିଡା ନେଚୁରାଲ ଗିସା ୮୦୩ ରଖାଯାଇଛି। ଏହି କ୍ୟାଫେର ଦୁଇଟି ବ୍ରାଞ୍ଚ ସେନ ଫ୍ରେନସିସିକୋ ଏବଂ ସଦର୍ନ କାଲିଫୋର୍ଣ୍ଣିଆରେ ରହିଛି।

ସେନ୍ ଫ୍ରେନସିସକୋରେ କ୍ଳେଚ କ୍ୟାଫେର ସହ-ମାଲିକ ଥାୟରାଙ୍କ ଅନୁଯାୟୀ, ଆମେ ସବୁଠାରୁ ଦାମି କଫି ବିକ୍ରି କରୁଥିବା ବେଳେ ଏହାର ନାମ ୮୦୩ ହେବାର ପଛରେ ମଧ୍ୟ ଏକ କାରଣ ରହିଛି। ନିକଟରେ ହୋଇଥିବା ନିଲାମୀରେ ପାଖାପାଖି ୪୫୦ଗ୍ରାମର କଫିକୁ ୮୦୩ ଡଲାର ଅର୍ଥାତ୍ ୫୬ହଜାର ଟଙ୍କାରେ ବିକ୍ରି କରାଯାଇଥିଲା। ଏହି କଫି ପନାମା କଫି ପ୍ରତିଯୋଗିତାରେ ମଧ୍ୟ ଶ୍ରେଷ୍ଠ ବିବେଚିତ ହୋଇଥିଲା।

coffee

ଏହି ସ୍ବାଦିଷ୍ଟ କଫିର ବିକ୍ରି ଉତ୍ତର ଆମେରିକାରେ କେବଳ ଏହି ଗୋଟିଏ କ୍ୟାଫେରେ ହିଁ ହୋଇଥାଏ। ଏଣୁ ଏଠାରେ କଫିକୁ ବହୁମୂଲ୍ୟରେ ବିକ୍ରି କରାଯାଇଥାଏ। ଏପରିକି ଏହି କଫିର ୧୦ ପାଉଣ୍ଡ ମଞ୍ଜିରେ କେବଳ ୮୦ କପ କଫି ହିଁ ପ୍ରସ୍ତୁତ କରାଯାଇଥାଏ। ଏଣୁ ଏହି କଫିର ମୂଲ୍ୟ ୭୫ ଡଲାର ରହିବା ଯଥାର୍ଥ ବୋଲି କହିଛନ୍ତି କ୍ୟାଫେ ମାଲିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.